ସୁଯୋଗ୍ୟା କନ୍ୟା ଡାଇସି କହଁର, ଓଡ଼ିଶା ପ୍ରଶାସନିକ ସେବା 2024-25ରେ 166 ସ୍ଥାନରେ ସଫଳତା ଅର୍ଜନ କରିଛନ୍ତି
(କଳାହାଣ୍ଡି.ରମେଶ ଅଗ୍ରୱାଲ.:ନିପ୍ର)
ଆମ କଳାହାଣ୍ଡି ଜିଲ୍ଲାର ଜଣେ ସୁଯୋଗ୍ୟା କନ୍ୟା ଡାଇସି କହଁର, ପିତା- ଡା ନୀରଦ ଚନ୍ଦ୍ର କହଁର , ମାତା- ଶ୍ରୀମତୀ ନଳିନୀ କହଁର ଓଡ଼ିଶା ପ୍ରଶାସନିକ ସେବା 2024-25ରେ 166 ସ୍ଥାନରେ ସଫଳତା ଅର୍ଜନ କରିଛନ୍ତି । ଯଦିଚ ପିତାଙ୍କର ଜନ୍ମସ୍ଥାନ କନ୍ଧମାଳ, ଝିଅ ଡାଇସି 2001 ମସିହାରେ ଭବାନୀପାଟଣାରେ ଜନ୍ମ ଗ୍ରହଣ କରିଛନ୍ତି । ସେ ଶିଶୁ ମନ୍ଦିର, ବ୍ରଜ ବିହାର, ସତ୍ୟସାଈ ବିଦ୍ୟା ମନ୍ଦିର, କେନ୍ଦ୍ରିୟ ବିଦ୍ୟାଳୟ, ଭବାନୀପାଟଣାରେ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଜ୍ଞାନରେ ଅଧ୍ୟୟନ କରିଛନ୍ତି । ତାପରେ ବି.ଜେ.ବି କଲେଜ, ଭୁବନେଶ୍ବରରେ କଳା ପାଠ୍ୟକ୍ରମରେ +3 ସମାପ୍ତି ପରେ ଦିଲ୍ଲୀ ବିଶ୍ବ ବିଦ୍ୟାଳୟରେ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରି ହାସଲ୍ କରିଛନ୍ତି । ପିଲାବେଳରୁ ଜଣେ ଦକ୍ଷ ଆଇଏସ୍ ଅଫିସର୍ ହେବା ପାଇଁ ତାଙ୍କର ଲକ୍ଷ୍ୟ ରହିଅଛି । ପିତା ଡା. ନୀରଦ ଚନ୍ଦ୍ର କହଁର ଅଧୂନା ସି ଡି ଭି ଓ କଳାହାଣ୍ଡି ଏବଂ ମାତା ଶ୍ରୀମତୀ ନଳିନୀ କହଁର , କୁଲିଆମାଲ୍ ହାଇସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀ ଭାବରେ କାର୍ଯ୍ୟରତ ଅଛନ୍ତି ।
