ପେଟ୍ରୋଲ ଲିଟର ପିଛା ୨ ଟଙ୍କା ୬୧ ପଇସା, ଡିଜେଲ୍ ଦର ଲିଟର ପିଛା ୨ ଟଙ୍କା ୭୧ ପଇସା ବୃଦ୍ଧି।
ତେଲ ହେଲା ହାଉରି ମହଙ୍ଗା
ମେ ମାସର ବଳିଗଲା ତେଲ ଦର ଗତି। ସକାଳୁ ସକାଳୁ ଗାଡ଼ି ଟାଙ୍କିରେ ଲଗାଇଲା ବେଳକୁ ବଢି ଯାଇଛି ଦର,ବଦଳି ଯାଇଛି ରେଟ୍ ଚାଟ୍। ସୋମବାର ଫୁଣି ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ହୋଇଛି। ପେଟ୍ରୋଲ ଲିଟର ପିଛା ୨ ଟଙ୍କା ୬୧ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ଦର ଲିଟର ପିଛା ୨ ଟଙ୍କା ୭୧ ପଇସା ବୃଦ୍ଧି ପାଇଛି। ଖାଉଟିଙ୍କୁ ଗତ ୧୦ ଦିନରେ ୪ ଥର ଲାଗିଲାଣି ତେଲ ଦର ବୃଦ୍ଧି ଝଟକା। ଚାରି ଥରରେ ପେଟ୍ରୋଲ ୭ଟଙ୍କା ୮୬ ଓ ଡିଜେଲ ଦାମ୍ ବଢିଲାଣି ୮ଟଙ୍କା। ବର୍ଦ୍ଧିତ ତୈଳ ଦର ଯୋଗୁଁ ନୁଆ ଦିଲ୍ଲୀରେ ପେଟ୍ରୋଲ ଦର ୧୦୨ ଟଙ୍କା ୧୨ ପଇସା ହୋଇଛି। ସେହିପରି ଡିଜେଲ୍ ଦର ୯୫ ଟଙ୍କା ୨୦ ପଇସା।
