ମାରଓ୍ଵାଡି ଯୁବା ମଞ୍ଚ ଦ୍ବାରା ପରିଚାଳିତ ହୋଇଥିଲା ରକ୍ତଦାନ ପ୍ରାଣଦାନ ର ମହତ୍ କାର୍ଯ୍ୟ
ଭବାନୀପାଟଣା :(କିଶନ ଶର୍ମା)- ୨୮/୦୫/୨୦୨୬ ରିଖ ଗୁରୁବାର ଦିନ ଜଣେ ମହିଳାଙ୍କୁ ଅତ୍ୟାବଶ୍ୟକୀୟ ପରିସ୍ଥିତିରେ ବି-ନେଗେଟିଭ ଶ୍ରେଣୀ ର ରକ୍ତଦାନ କରାଯାଇଛି।ଏହି ବି-ନେଗେଟିଭ ରକ୍ତ ଅତ୍ୟନ୍ତ ଦୂର୍ଲଭ ତଥା ଗ୍ରୀଷ୍ମ ର ପ୍ରବଳ ଉତ୍ତାପ ରେ ମିଳିବା ଭାରୀ କଷ୍ଟ ଥିଲା। ଏହିଭଳି ପରିସ୍ଥିତିରେ ବସ୍ତ୍ର ବ୍ୟବସାୟୀ ଶ୍ରୀ ବିଭୂତି ସ୍ବାଇଁ ନିଜ ବହୁମୂଲ୍ୟ ସମୟରୁ ପ୍ରବଳ ଉତ୍ତାପ ସତ୍ତ୍ୱେ ରକ୍ତଦାନ ଭଳି ମହତ୍ କାର୍ଯ୍ୟ କରି ସ୍ବଚ୍ଛ ମାନବିକତା ର ପ୍ରମାଣ ଦେଇଛନ୍ତି।
