ଲଡୁଗାଁର ଅମନ ଗୋୟଲ ଓଡିଶା ସିଭିଲ ସର୍ଭିସ (OCS/OPSC) ପରୀକ୍ଷାରେ ରାଜ୍ୟସ୍ତରରେ ୬ଷ୍ଠ ସ୍ଥାନ
(କଳାହାଣ୍ଡି.ରମେଶ ଅଗ୍ରୱାଲ.:ନିପ୍ର)
କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ ଲଡୁଗାଁର ଅମନ ଗୋୟଲ ଓଡିଶା ସିଭିଲ ସର୍ଭିସ (OCS/OPSC) ପରୀକ୍ଷାରେ ରାଜ୍ୟସ୍ତରରେ ୬ଷ୍ଠ ସ୍ଥାନ ଅଧିକାର କରି ସଫଳତା ହାସଲ କରିଛନ୍ତି। ସେ ପ୍ରଥମ ଚେଷ୍ଟାରେ ଏହି ସଫଳତା ପାଇଥିବା ଖବର ସ୍ଥାନୀୟ ଅଞ୍ଚଳରେ ଖୁସିର ପରିବେଶ ସୃଷ୍ଟି କରିଛି।
ଖବର ଅନୁସାରେ, ଅମନ ଗୋୟଲ ଲଡୁଗାଁ ସରସ୍ୱତୀ ଶିଶୁ ମନ୍ଦିରରେ ୭ମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିଲେ। ପରେ ନବରଙ୍ଗପୁରରେ ମାଟ୍ରିକ ଏବଂ ବରଗଡ଼ର ବିକାଶ ଶିକ୍ଷାନୁଷ୍ଠାନରେ ଯୁକ୍ତ ୨ ଶିକ୍ଷା ସମାପ୍ତ କରିଥିଲେ। ୨୦୨୧ ମସିହାରେ ସେ ଚାର୍ଟାର୍ଡ ଏକାଉଣ୍ଟାଣ୍ଟ (CA) ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ଏବଂ ପରେ OPSC ପାଇଁ ପ୍ରସ୍ତୁତି କରିଥିଲେ।
ସେ ସ୍ୱର୍ଗତ ରମେଶ ଗୋୟଲ ଓ ଛମ୍ମୋବାଇଙ୍କ ଦ୍ୱିତୀୟ ପୁଅ। ତାଙ୍କ ସଫଳତା ପାଇଁ କଳାହାଣ୍ଡି ଓ କୋକସରା ଅଞ୍ଚଳରେ ଅଭିନନ୍ଦନର ଲହରୀ ଦେଖାଦେଇଛି।
