
ଉଦଳା (ବାସୁଦେବ ପାତ୍ର) : ଆଜ୍ଞା ହଁ ଏ କଳି ଯୁଗରେ ସାପ କହୁଛି କଥା,ଗାଁରେ ନାଗକନ୍ୟା ଘଟଣା ଖୁବ ଚର୍ଚ୍ଚାରେ । କଥାଟି ବିଶ୍ୱାସ ନ ହେଲେବି ସତ । କାରଣ ସାପକୁ ଧରିବାକୁ ଗଲେ କନ୍ୟା ଜଣକ ମୋତେ ନିଅନାହିଁ ମୁଁ ଏହିଠାରେ ରହିବି ବୋଲି କହୁଛି । ଆଉ ସାପ ଭଳି ବ୍ୟବହାର ସହିତ ସଁ ସଁ ଗର୍ଜନ ମଧ୍ୟ କରୁଛି, ଏହି ଚିତ୍ର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ପକାଇଛି ସାପକୁ ଆଘାତ ହେଲେ କନ୍ୟା ଦେହରେ ହୋଇ ଯାଉଛି ଦାଗ ଏହି ଘଟଣା ଯମିତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି ସେତିକି ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଛି , କାହିଁକିନା ବିଜ୍ଞାନ ଯୁଗରେ ଏହା ସମସ୍ତଙ୍କୁ ଅନ୍ଧବିଶ୍ୱାସ ପରି ଲାଗୁଛି । ତାହାକୁ ନେଇ ଲୋକଙ୍କ ମନରେ ଉଠୁଛି ଅନେକ ପ୍ରଶ୍ନ ଆମେ ଯେମିତି ନାଗ ନାଗୁଣୀ ଚଳଚ୍ଚିତ୍ର ଦେଖୁ ଠିକ ସେହି ପରି ସାପ କୁ ଧରିବାକୁ ଯିବା ବେଳେ କନ୍ୟା ଜଣକ ଭୂଇଁରେ ଗଡି, ଚିତ୍କାର କରି ସାପ ପରି ଗର୍ଜନ କରି କହୁଛି ମୋତେ ନିଅନାହିଁ ମୋତେ ମାରନାହିଁ ,ମୁଁ ଯିବି ନାହିଁ, ମୁଁ ଏହିଠାରେ ରହିବି ଏଭଳି କହୁଛି । ସୂଚନା ଅନୁସାରେ ଘରେ ନାଗସାପ ପଶିବା ଦେଖି ସାପ ଧରାଳିଙ୍କୁ ଡକାଇ ଥିଲେ । ସାପଧରlଳି ପହଞ୍ଚି ସାପ ଧରିବାକୁ ଚେଷ୍ଟା କରିବା ସମୟରେ ଅଚାନକ ଏହି କନ୍ୟା ଜଣକ ଏମିତି କହୁଛନ୍ତି । ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ୍ ଅଧୀନ କୋଚିଳା ଡିହା ଗ୍ରାମ ପଞ୍ଚାୟତର ଚକ୍ରାପାଳ ଗ୍ରାମରେ ଏଭଳି ଘଟଣା ସାମ୍ନାକୁ ଆସିଛି । ଚକ୍ରାପାଳ ଗ୍ରାମର ରବୀନ୍ଦ୍ର ସିଂଙ୍କ ଘର ମାଟିକାନ୍ଥ ଭିତରେ ଶୁକ୍ରବାର ଏକ ନାଗ ସାପ ପଶିଥିବା ନେଇ ସେ ସାପ ଧରାଳି ମାନଙ୍କୁ ଖବର ଦେଇଥିଲେ। ସାପଧରlଳି ଘଟଣାସ୍ଥଳରେ ପହଞ୍ଚି ମାଟିକାଛକୁ ଭାଙ୍ଗି ବା ସହ ସାପ ଧରିବାକୁ ଚେଷ୍ଟା କରିଥିଲେ, ରବୀନ୍ଦ୍ରଙ୍କ ଝିଅ ମୀନାକ୍ଷୀ ଅଚାନକ ସାପ ଭଳି ଗର୍ଜନ କରିବା ସହ ଭୂଇଁରେ ଗଡ଼ିବା ସହିତ ସାପ ଫଣା ଟେକିବା ଭଳି ଆଚରଣ ପ୍ରଦର୍ଶନ କରିଥିଲେ । ମୋତେ ମାର ନାହିଁ, ନିଅ ନାହିଁ ବୋଲି କାନ୍ଦି କାନ୍ଦି ଗୁହାରି କରି ଫେରିଯାଅ କହିଥିଲେ। ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।
ତେବେ ପୂର୍ବରୁ ନାଗ ପଞ୍ଚମୀ ଓ ବସନ୍ତ ପଞ୍ଚମୀରେ ଏଭଳି ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା, ସାପ ଭଳି ଦେହରେ ଚିହ୍ନ ବସିଯାଉଥିବା କହିଛନ୍ତି ପରିବାର ଲୋକେ। ସାପ ଧରି ନପାରି ସାପ ଧରାଳି ମାନେ ଫେରି ଯାଇଥିବା ବେଳେ ଏଇ ଘଟଣାକୁ ନେଇ ପରିବାର ଲୋକେ ଚିନ୍ତାରେ ପଡ଼ିଛନ୍ତି ତେବେ ସାପଟି ସେହି ସ୍ଥାନରୁ ପଳାଇ ଯାଇଛି, ମିନାକ୍ଷୀଙ୍କ କହିବା କଥା ସାପଟି ରାତ୍ର ୧ ଘଟିକା ସମୟରେ ପ୍ରତେକ ଦିନ ବାରହାରକୁ ବାହାରି ଥିବା କଥା କହିଛନ୍ତି। ଏ ଘଟଣା ବାବଦରେ ପଚାରିଲେ ବାସ ଏତିକି କହିଛନ୍ତି । ଏହା ଏକ ଅନ୍ଧବିଶ୍ୱାସ ନା ଏହା ପଛରେ କୌଣସି ଏଦୃଶ୍ୟ ଶକ୍ତି ରହିଛି କିମ୍ବା ବିଜ୍ଞାନ ସମ୍ମତ କୌଣସି କାରଣ ଅଛି ତାହା ଏ ପର୍ଯ୍ୟନ୍ତ ସ୍ପଟ ହୋଇ ପାରିନାହିଁ ।