ହରଭଙ୍ଗା:- ହରଭଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିରକୁ ମୋଟ ୭୧ଟି ଅଭିଯୋଗ ଆସିଥିବା ବେଳେ ୫୭ଟି ବ୍ୟକ୍ତିଗତ ଏବଂ ୧୪ଟି ସାମୂହିକ ଅଭିଯୋଗ ରହିଥିଲା l ଜିଲ୍ଲାପାଳଙ୍କ ଦ୍ୱାରା ଜଣେ ହିତାଧିକାରୀଙ୍କୁ ରେଡ଼କ୍ରସ ପାଣ୍ଠିରୁ ୧୦,୦୦୦ ଟଙ୍କା ଏବଂ ଅନ୍ୟ ଜଣକୁ ହୁଇଲ ଚେୟାର ପ୍ରଦାନ କରାଯାଇଥିଲା l ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା, ଆରକ୍ଷୀ ଅଧିକ୍ଷକ ରାହୁଲ ଗୋଏଲ, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଉପ ଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ ଉପସ୍ଥିତ ରହି ଶିବିରକୁ ଆସିଥିବା ଅଭିଯୋଗଗୁଡିକର ସମାଧାନ କରିଥିଲେ l ଉକ୍ତ ଜନଶୁଣାଣୀ ଶିବିରରେ ସମସ୍ତ ବ୍ଲକସ୍ତରୀୟ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ l
