*ନୂଆପଡ଼ା ଜିଲ୍ଲାକୁ ଓଡ଼ିଶା ପଞ୍ଚାୟତି ରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ ଆସି ଜିଲ୍ଲାପାଳ ସଦଭାବନା ସଭା ଗୃହ ଠାରେ ସମୀକ୍ଷା ବୈଠକ ରେ ଯୋଗଦାନ କରିଛନ୍ତି*।
ନୂଆପଡା( ମିଖାଏଲ ନନ୍ଦ)
ତା :୨୬.୦୫.
ନୂଆପଡ଼ା ଜିଲ୍ଲା କୁ ଓଡ଼ିଶା ପଞ୍ଚାୟତି ରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ ଆସି ଜିଲ୍ଲାପାଳ ସଦଭାବନା ସଭା ଗୃହ ଠାରେ ସମୀକ୍ଷା ବୈଠକ ରେ ଯୋଗଦାନ କରିଥିଲେ। ଭିତ୍ତିଭୂମିର ବିକାଶ ସାଙ୍ଗକୁ ସରକାରଙ୍କ ଜନ୍ କଲ୍ୟାଣ ଯୋଜନା ହିତାଧିକାରୀଙ୍କ ନିକଟକୁ ପହଞ୍ଚାଇବା ପାଇଁ କାମ କରିବାକୁ ମନ୍ତ୍ରୀ ଶ୍ରୀ ନାଏକ ଆହ୍ୱାନ କରିଥିଲେ। ଜିଲ୍ଲାରେ ପାନୀୟ ଜଳ ସମସ୍ୟା ସୁଧାର ଆସିଥିବା ବେଳେ ଆସନ୍ତା ଦିନରେ ପାନୀୟ ଜଳ ପ୍ରକଳ୍ପ ଭିତ୍ତିଭୂମି ବିକାଶ କରିବା ପାଇଁ ଆହ୍ୱାନ କରିଥିଲେ। ସେହିପରି ବୈଠକ ରେ ଜିଲ୍ଲାପାଳ ମଧୁସୂଦନ ଦାଶ, ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, ନୂଆପଡ଼ା ବିଧାୟକ ଜୟ ଢୋଲକିଆ, ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇ ନିଜ ବିଭାଗର ଅଗ୍ରଗତି ଏବଂ ସଫଳ ଯୋଜନା ଉପରେ ଆଲୋକପାତ କରିଥିଲେ। ମନ୍ତ୍ରୀ ସମୀକ୍ଷା ବୈଠକ ରେ ଯୋଗ ଦେଇ ବିଜେପି ଦଳୀୟ ପଣ୍ଡିତ ଦୀନଦୟାଲ ଉପାଧ୍ୟେୟ କର୍ମକର୍ତ୍ତା ତାଲିମ ଶିବିର ରେ ଯୋଗ ଦେବେ। ସଡ଼କ ପଥରେ ପାଟଣାଗଡ ଦେଇ ବଲାଙ୍ଗୀର ଜିଲ୍ଲା ଗସ୍ତ କରିବେ। ସେଠାରେ ମଧ୍ୟ ସମୀକ୍ଷା କରିବେ।
