ରିଲିଫ ବଣ୍ଟନ ରେ ପାତର ଅନ୍ତର: ତହସିଲ ଘେରାଉ କଲେ ଗ୍ରାମବାସୀ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର): ଚଳିତ ବର୍ଷ ବାରମ୍ବାର ବନ୍ୟା ଆସିଥିବାରୁ ବନ୍ୟା ପିଡୀତ ଙ୍କୁ ରିଲିଫ ସାମଗ୍ରୀ ନ ଦେଇ ସ୍ଥାନୀୟ ସରପଞ୍ଚ ନିଜ ଦଳର ସଦସ୍ୟ ମାନଙ୍କୁ ରିଲିଫ୍ ଏବଂ ଜରି ଦେଉଥିବା ଅଭିଯୋଗ ସୋର ତହସିଲ ଅଫିସ ଘେରାଉ କରିଛନ୍ତି ପଞ୍ଚାୟତ ବାସୀ ମାନେ। ସୂଚନାଯୋଗ୍ୟ ସୋର ବ୍ଲକ ତେଣ୍ଟେଇ ପଞ୍ଚାୟତରେ ଗତ ବନ୍ୟା ସମୟରେ ବନ୍ୟା ପିଡୀତଙ୍କୁ ପଲିଥିନ ଦିଆ ନଯାଇ ଅନ୍ୟମାନଙ୍କୁ ପଲିଥିନ ଓ ରିଲିଫ ସାମଗ୍ରୀ ଦିଆଯାଇଥିବାରୁ ଆଜି ଗ୍ରାମବାସୀମାନେ ତହସିଲ ଘେରାଉ କରଥିବା ଜଣାପଡିଛି। ଖବର ମୁତାବକ; ଆଜି ମଧ୍ୟାହ୍ନରେ ତେଣ୍ଟେଇ ପଞ୍ଚାୟତର ତେଣ୍ଟେଇ ଓ ଷୋଳଗାଁ ଅଞ୍ଚଳର ଲୋକେ ସୋର ତହସିଲରେ ପହଞ୍ଚି ସରପଞ୍ଚଙ୍କ ମନ ମାନୀ ଓ ରାଜନୈତିକ ଅଭିଷନ୍ଧି ରଖି ଯେଉଁମାନେ ବନ୍ୟା ପିଡିତ ସେମାନଙ୍କୁ ପଲିଥିନ କିମ୍ବା ଚୁଡା ଗୁଡ ନଦେଇ ସରପଞ୍ଚଙ୍କ ସମର୍ଥିତ ଲୋକ ଏବଂ ଯେଉଁମାନଙ୍କର ବନ୍ୟାରେ କିଛି କ୍ଷତି ହୋଇନାହିଁ ସେମାନଙ୍କୁ ପଲିଥିନ ବଣ୍ଟନ କରାଯାଇଥିବା ବେଳେ ବନ୍ୟାପିଡିତଙ୍କୁ ପଲିଥିନ ବଣ୍ଟନ କରାଯାଇନଥିବା ଅଭିଯୋଗ କରିଥିଲେ। ଦୀର୍ଘ ସମୟ ଧରି ସରପଞ୍ଚଙ୍କ ବିରୁଦ୍ଧରେ ନାରାବାଜି କରିବା ସହିତ ତହସିଲଦାରଙ୍କୁ ଘଟଣାର ତଦନ୍ତ କରି ପ୍ରକୃତ ଲୋକଙ୍କୁ ପଲିଥିନ ଦେବାକୁ ଦାବି କରି ତହସିଲ ଘେରାଉ କରିଥିଲେ। ପରେ ତହସିଲ ଦାର ଲୋକମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ଏନେଇ ତହସିଲଦାର କୃଷ୍ଣମୋହନ ସିଂହଙ୍କୁ ପଚାରିବାରୁ ଆମେ ଆସନ୍ତାକାଲି ଠାରୁ ସ୍ଥାନୀୟ ଆରଆଇ ଓ ଅତିରିକ୍ତ ତହସିଲଦାରଙ୍କୁ ନେଇ ଘଟଣାର ତଦନ୍ତ କରି ଯେଉଁମାନେ ଯୋଗ୍ୟ ସେମାନଙ୍କୁ ପଲିଥିନ ବଣ୍ଟନ କରିବୁ ବୋଲି କହିଥିଲେ।
