ସାଇକେଲ କୁ ଧକ୍କା ଦେଲା ସ୍କୁଟି : ବୃଦ୍ଧଙ୍କ ଶୋଚନୀୟ ମୃତ୍ୟୁ।
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର) ::: ଗତକାଲି ମଧ୍ୟାହ୍ନ ସମୟରେ ଏକ ସାଇକେଲ କୁ ସ୍କୁଟି ଧକ୍କା ଦେବା ଫଳରେ ସଉଦା କିଣିବା ପାଇଁ ଯାଉଥିବା ବେଳେ ସାଇକେଲ ଆରୋହୀଙ୍କର ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ ବାଲେଶ୍ୱର ଜିଲ୍ଲା ସୋର ଥାନା ଶରଶଙ୍ଖ ଗ୍ରାମ ର ଜୟନ୍ତ ଖିଲାର (୬୫) ନିଜ ସାଇକେଲ ରେ ନଦିଗାଁ ଛକ କୁ ସଉଦା ପାଇଁ ଯାଉଥିବା ବେଳେ ପଛ ଆଡ଼ୁ ଓଡି ୦୧ ଏଏନ ୮୫୩୧ ନମ୍ବର ବିଶିଷ୍ଟ ସ୍କୁଟିରେ ଆସୁଥିବା ସୋର ବନ୍ଧନ ବ୍ୟାଙ୍କର ଦୁଇ ମହିଳା କର୍ମଚାରୀ ଙ୍କ ସହିତ ପଛରୁ ଧକ୍କା ଦେବା ଫଳରେ ଜୟନ୍ତ ଛିଟିକି ପଡ଼ିଯାଇ ଗୁରୁତର ହୋଇଥିଲେ । ପରେ ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସରେ ସୋର ମେଡ଼ିକାଲକୁ ନେଇଥିଲେ, ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ବାଲେଶ୍ଵର ମେଡିକାଲ କୁ ସ୍ଥାନାନ୍ତରିତ କରାଇଥିଲେ ପୁଣି ସେଠାରେ ଅବସ୍ଥା ଅତ୍ୟନ୍ତ ଗୁରୁତର ହେବାରୁ ଡାକ୍ତର କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର ବେଳେ ଖନ୍ତାପଡ଼ା ନିକଟରେ ତାଙ୍କର ମୃତ୍ୟୁ ବରଣ ହୋଇଥଲା। ତାଙ୍କ ମରଶରୀରକୁ ବାଲେଶ୍ଵର ମେଡିକାଲ ନେଇ ଶବ ବ୍ୟବଚ୍ଛେଦ ହୋଇ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର ହୋଇଥିବା ସୂଚନା ମିଳିଛି। ତାଙ୍କର ମୃତ୍ୟୁ ଖବର ଶୁଣି ଅଞ୍ଚଳରେ ଶୋକ ର ଛାୟା ଖେଳିଯାଇଛି ।
