କନକ ଜୈନ ସମଗ୍ର ରାଜ୍ୟରେ ଚତୁର୍ଥ (୪ର୍ଥ) ରାଙ୍କ ହାସଲ କରି ଜିଲ୍ଲା ତଥା ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି
(କଳାହାଣ୍ଡି.ରମେଶ ଅଗ୍ରୱାଲ.:ନିପ୍ର)
ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ୍ ସର୍ଭିସେସ୍ (OCS) ପରୀକ୍ଷା-୨୦୨୪ର ଫଳପ୍ରକାଶ ପାଇଛି। ଏଥିରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହର ଗୌରୀଶଙ୍କର ମନ୍ଦିର ଗଳିର ସୁନାଝିଅ କନକ ଜୈନ ସମଗ୍ର ରାଜ୍ୟରେ ଚତୁର୍ଥ (୪ର୍ଥ) ରାଙ୍କ ହାସଲ କରି ଜିଲ୍ଲା ତଥା ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି।
ଓଡ଼ିଶା ପ୍ରଶାସନିକ ସେବା, ୨୦୨୪-୨୫ ରେ କୃତକାର୍ଯ୍ୟ ହୋଇଥିବା ପ୍ରତ୍ୟେକ ପ୍ରତ୍ୟାଶାବାଦୀ ବନ୍ଧୁଙ୍କୁ ବହୁତ ଶୁଭେଚ୍ଛା ଓ ଶୁଭକାମନା । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କରୁଣାରୁ ଆପଣଙ୍କ ଭବିଷ୍ୟତ ଉଜ୍ଜ୍ୱଳମୟ ହେଉ ।
ଆପଣଙ୍କ ପରିଶ୍ରମ, ବିଶ୍ୱାସ, ଅନୁଶାସନ ତଥା ସମର୍ପଣ ଭାବ ଏହି ଉପଲବ୍ଧିକୁ ସମ୍ଭବ କରାଇଛି । ଜନସେବା ମାଧ୍ୟମରେ ଆପଣମାନେ ରାଜ୍ୟର ବିକାଶ ଓ ସୁଶାସନକୁ ନୂଆ ଉଚ୍ଚତା ପ୍ରଦାନ କରିବେ ବୋଲି ମୋର ପୂର୍ଣ୍ଣ ବିଶ୍ୱାସ।
