*ବିଜେଡି ପକ୍ଷରୁ ଅହେତୁକ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ବିରୋଧରେ*
ନୂଆପଡା (ମିଖାଏଲ ନନ୍ଦ)
ତା-୨୬/୦୫
ନୂଆପଡ଼ା ଜିଲ୍ଲା ଖରିଆରଠାରେ ଏକ ବିଶାଳ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏବଂ ଖରିଆର ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ କରାଯାଇଛି l
ଖରିଆର ସ୍ଥିତ ମୋନାକ ପେଟ୍ରୋଲ ପମ୍ପ ସମ୍ମୁଖରେ ଆୟୋଜିତ ଏହି ପ୍ରତିବାଦ ସଭାରେ ଶତାଧିକ ବିଜେଡି ମହିଳା, ପୁରୁଷ, ଛାତ୍ର ଓ ଯୁବ କର୍ମୀ ଏକତ୍ରିତ ହୋଇ କେନ୍ଦ୍ରର ମୋଦି ସରକାର ଓ ରାଜ୍ୟର ମୋହନ ସରକାରଙ୍କ ବିରୋଧରେ ଗର୍ଜିଥିଲେ। ଉପସ୍ଥିତ ନେତୃବୃନ୍ଦ ଅଭିଯୋଗ କରିଛନ୍ତି ଯେ ବିଜେପି ସରକାର ଶାସନକୁ ଆସିବା ଦିନଠାରୁ ଦିନକୁ ଦିନ ଡିଜେଲ, ପେଟ୍ରୋଲ ଓ ରନ୍ଧନ ଗ୍ୟାସ ଦର ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି, ଯାହାଦ୍ୱାରା ସାଧାରଣ ଜନତା ଅତିଷ୍ଠ ହୋଇପଡ଼ିଛନ୍ତି। ବିଜେପି ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ତୁରନ୍ତ ପେଟ୍ରୋଲିୟମ ଦ୍ରବ୍ୟକୁ ଜିଏସଟି (GST) ପରିସରଭୁକ୍ତ କରି ଏହାର ଦର ହ୍ରାସ କରିବାକୁ ବିଜେଡି ଦାବି କରିଛି lଏହି ସଭାରେ ବିଧାୟକ ପ୍ରତିନିଧି ଅକ୍ଷୟ ନନ୍ଦ, ଯୁବ ଜନତା ଦଳର ଜିଲ୍ଲା ସଭାପତି ମନୋଜ କୁମାରୁ, ଛାତ୍ର ସଭାପତି ଦେବ ଚିତ୍ରା, ୟାସିନ ମହମ୍ମଦ ଶର୍ମା, ସରସ୍ୱତୀ ମହମ୍ମଦ ଓ ରବିଙ୍କ ସମେତ ବହୁ ସ୍ଥାନୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।. ଯଦି ଆଗାମୀ ଦିନରେ ସରକାର ତେଲ ଦର ନ କମାନ୍ତି, ତେବେ ବିଜୁ ଜନତା ଦଳ ରାଜରାସ୍ତାକୁ ଓହ୍ଲାଇବା ସହ ଟାୟାର ଜାଳି ଆନ୍ଦୋଳନକୁ ଆହୁରି ବ୍ୟାପକ କରିବ ଏବଂ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ ସରକାରଙ୍କୁ ଏହାର ଉଚିତ ଜବାବ ଦେବ ବୋଲି ଚେତାବନୀ ଦିଆଯାଇଛି।
