ବରପାଲି ଅଞ୍ଚଳର ଜଣାଶୁଣା ଶିକ୍ଷକ ଆନନ୍ଦ ଦାଶଙ୍କ ପରଲୋକ
ବରଗଡ଼
ବରଗଡ଼ ଜିଲ୍ଲା ବରପାଲି ବ୍ଳକର ଜଣାଶୁଣା ଶିକ୍ଷକ ଆନନ୍ଦ ଦାଶଙ୍କ ୫୫ ବର୍ଷ ବୟସରେ ଆକସ୍ମିକ ହୃଦଘାତ ଯୋଗୁଁ ମୃତ୍ୟୁ ଘଟିଛି। ଗତକାଲି ସନ୍ଧ୍ୟାରେ ସପରିବାର ବରଗଡ଼ ଯାଇଥିବା ସମୟରେ ତାଙ୍କର ହୃଦଘାତ ହୋଇଥିଲା। ସେଠାରେ ଡାକ୍ତରଖାନା ନେବାରୁ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ। ରାତିରେ ତାଙ୍କ ପାର୍ଥିବ ଶରୀରକୁ ତାଙ୍କର ପୈତୃକ ଗ୍ରାମ ବାଞ୍ଜିପାଲି ନିଆଯାଇଥିଲା । ଆଜି ସକାଳେ ସେଠାରେ ତାଙ୍କର ବଡ଼ ପୁଅ ମୁଖାଗ୍ନି ଦେଇଥିଲେ ଏବଂ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ସ୍ବର୍ଗତ ଦାଶ ତାଙ୍କ ପଛରେ ପତ୍ନୀ ଓ ଦୁଇ ପୁତ୍ରଙ୍କୁ ଛାଡ଼ି ଯାଇଛନ୍ତି। ସେ ବରପାଲି ବ୍ଳକର ସରକାରୀ ଉଚ୍ଚ ବିଦ୍ୟାଳୟ ଧାଙ୍ଗେରପାଲି ଠାରେ କାର୍ଯ୍ୟରତ ଥିଲେ। ସେ ଜଣେ ଛାତ୍ରବତ୍ସଳ ଓ ମେଳାପୀ ଶିକ୍ଷକ ରୂପେ ବରପାଲି ଅଞ୍ଚଳରେ ସୁପରିଚିତ ଥିଲେ। ତାଙ୍କ ମୃତ୍ୟୁ ଖବରରେ ତାଙ୍କ ପରିବାର ସହିତ ବରପାଲି ଅଞ୍ଚଳର ଶିକ୍ଷକ ସମାଜ, ଶିକ୍ଷାର୍ଥୀ ଓ ଜନସାଧାରଣଙ୍କ ମନରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ଶେଷକୃତ୍ୟ ସମୟରେ ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଜନସାଧାରଣ ଯୋଗ ଦେଇଥିଲେ।
