ଉତ୍କଳ ସେବାନିବୃତ ସେନାନି ସଂଘ ତରଫରୁଜଳ ସେବା ଆୟୋଜନ କରାଯାଇଥିଲା !
ଯାଜପୁର… ଶନିବାର ଉତ୍କଳ ସେବା ନିବୃତ ସେନାନି ସଂଘ ଯାଜପୁର ତରଫରୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟି ରେ ରଖି ଜଳ ସେବା କାର୍ଯ୍ୟକ୍ରମ ସଭାପତି ରବୀନ୍ଦ୍ରନାଥ ଜେନା ଙ୍କ ଅଧ୍ୟକ୍ଷତା ରେ ସଂପାଦକ ଆଦିତ୍ୟ କୁମାର ବଳ ଙ୍କ ପରିଚାଳନା ରେ ମୁଖ୍ୟ ଅତିଥି ରୂପେ ଆଡଭୋକେଟ କୁଳମଣି ନାୟକ ( ପବ୍ଲିକ ପ୍ରସିକ୍ୟୁଟର) ଯୋଗଦେଇ ଜଳ ସେବା କାର୍ଯ୍ୟକ୍ରମ କୁ ଉଦଘାଟନ କରି ଏଭଳି ମହତ କାର୍ଯ୍ୟ ନିମନ୍ତେ ସଂଗଠନ ସଦସ୍ୟ ମାନଙ୍କୁ ପ୍ରଶଂସା କରିଥିଲେ। ଆଜିର ଜଳ ସେବା କାର୍ଯ୍ୟକ୍ରମ ରେ ୧୦୦୦ ରୁ ଅଧିକ ପଥଚାରୀ ମାନଙ୍କୁ ଦହି ସର୍ବତ ଯୋଗାଇ ଦିଆଯାଇଛି। ଆଜିର ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ସାମାଜିକ ଅନୁଷ୍ଠାନ ର ସଦସ୍ୟ ଯଥା ଅନ୍ୱେଷଣ ଥିଏଟର ଗ୍ରୁପ ର ସଭାପତି ବୃନ୍ଦାବନ ମିଶ୍ର, ସଂପାଦକ ଅଭିମନ୍ୟୁ ମିଶ୍ର ଓ ଯାଜପୁର ବିକାଶ ମଞ୍ଚ ସଂପାଦକ ଗିରିଶ ବିହାରୀ ମିଶ୍ର ଉପସ୍ଥିତ ରହି ସହଯୋଗ କରିଥିଲେ। ଉତ୍କଳ ସେବା ନିବୃତ ସେନାନି ସଂଘ ଯାଜପୁର ର ଉପଦେଷ୍ଟା ଚନ୍ଦ୍ରଶେଖର ସାମଲ, ରାଜ୍ୟ ସଂଘ ଉପଦେଷ୍ଟା ସିତେଶ କୁମାର ପଣ୍ଡା, ପ୍ରକ୍ତାନ ସଭାପତି ରବୀନ୍ଦ୍ର ନାଥ ସାହୁ, ଅକ୍ଷୟ କୁମାର ନାୟକ, ପୂର୍ଣ୍ଣ ଚନ୍ଦ୍ର ପଣ୍ଡା, ନୃସିଂହ ଚରଣ ଶତପଥୀ, ପ୍ରକାଶ କୁମାର ଦାଶ,ବଳରାମ ସାହୁ, ଅଶୋକ କୁମାର ସାହୁ, ପ୍ରଶାନ୍ତ କୁମାର ସାହୁ,ପ୍ରଦିପ କୁମାର ବିଶ୍ବାଳ, ପ୍ରଭାସ କୁମାର ସାହୁ, ନିହାର ରଞ୍ଜନ ସାମଲ, ଗଜେନ୍ଦ୍ର ପ୍ରଧାନ, ସମର କୁମାର ପାଢ଼ୀ, ସୁମନ୍ତ କୁମାର ପଣ୍ଡା, ବିଷ୍ଣୁ ଚରଣ ନାଥ, ସୁବାଷ ଚନ୍ଦ୍ର ତ୍ରିପାଠୀ, ଶରତ ଚନ୍ଦ୍ର ମିଶ୍ର, ସ୍ମର୍ତିରଞ୍ଜନ ଓଝା, ବିଶ୍ବମ୍ବର ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳତା ପୂର୍ବକ ପରିଚଳନ କରିଥିଲେ। (ଫଟୋ ଅଛି) ।
