
ଝାରପୋଖରିଆ ବିଦ୍ୟୁତ ବିଭାଗ ଟାଟା ପାୱାର ର ଖାମଖିଆଲି କାର୍ଯ୍ୟ ପାଇଁ ପ୍ରତି ଯାଗାରେ ମରଣ ଯନ୍ତା।
— ଝାରପୋଖରିଆ ବିଦ୍ୟୁତ୍ ବିଭାଗ (ଟାଟା ପାୱାର)ଅଧୀନସ୍ଥରେ ଜାଲଦା ଗ୍ରାମ ଆସୁଅଛି। ଏହି ଗାଁରେ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ଟାଟା ପାୱାର ସଂସ୍ଥା ଯୋଗାଇଥାଏ।ଦିନ ବେଳେ ମନଇଚ୍ଛା ୨ ରୁ ୩ ଘଣ୍ଟା ଗାଁ ରେ ବିଦ୍ୟୁତ୍ କାଟ ହେଉଅଛି କିନ୍ତୁ ଇଲେଟ୍ରିକ୍ ବିଲ୍ ମାସକୁ ମାସ ଠିକ୍ ଭାବରେ ଦିଆଯାଇ ବିଲ ମୁତାବକ ଟଙ୍କା ମଧ୍ୟ ଆଦାୟ କରାଯାଉଛି।ତେଣୁ ସେହି କ୍ଷେତ୍ରରେ ସେହି ଗାଁରେ ଟିପିଏନଓଡିଏଲ୍ ମରଣ ଯନ୍ତା ପାଲଟି ବିଦ୍ୟୁତ୍ ତାର ସବୁ ମରାମତି କରିବା ଆବଶ୍ୟକ ଅଟେ।ସେହି ଟ୍ରାନ୍ସଫର୍ମର ରୁ ପ୍ରାୟ ୧୮ ଜଣ ଉପଭୋକ୍ତାଙ୍କୁ ବିଦ୍ୟୁତ୍ ଯୋଗାଣ ହୋଇଛି।ଉକ୍ତ ଟ୍ରାନ୍ସଫର୍ମର ରୁ ୧୮ ଜଣଙ୍କୁ ଏଣେ ତେଣେ ଭାବରେ ଇଲେକ୍ଟ୍ରି ତାର ସବୁ ମୋଡି ବିଦ୍ୟୁତ୍ ଯୋଗାଇ ଦିଆଯାଇଛି।ଉକ୍ତ ତାର ସବୁ ଭଲ ଭାବରେ ଯୋଡି ଦେଲେ ବିଦ୍ୟୁତ୍ ଯୋଗାଇ ଦେଇଥିଲେ ଭଲ ହୁଅନ୍ତା କାହିଁକି ନା ସେହି ପାଖରେ ଛୋଟ ଛୋଟ ପିଲାମାନେ ଯିବା ଆସିବା କରନ୍ତି, ସାଧାରଣ ଲୋକ ମାନେ ମଧ୍ୟ ଯିବା ଆସିବା କରୁଛନ୍ତି, ଭାଗବାନଙ୍କ ଦୟା ରୁ କିଛି ଅଘଟଣ ନ ହଉ କିନ୍ତୁ ଯଦି କିଛି ଘଟଣା ଘଟିଲା ଏଥି ପାଇଁ କୀଏ ଦାୟୀ ରହିବେ?? ଏ ଘଟଣା ବିଷୟରେ ଆମେ ଉକ୍ତ ଅଞ୍ଚଳର ଦାୟୀତ୍ବ ଥିବା ଜେ.ଇ ଙ୍କୁ ଏ ବିଷୟରେ ଅବଗତ କରାଇଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କାର୍ଯ୍ୟନୁଷ୍ଠାନ ହୋଇ ପାରିଲା ନାହିଁ।।
ଅନୀଲ କୁମାର ସାହୁ, ସାରସକଣା, ଜାମଶଳା ରୁ ଭଞ୍ଜଦୂତ ରିପୋର୍ଟ।।