*ଉତ୍କଳ ବାଳାଶ୍ରମ ଅନ୍ତେବାସୀ ଙ୍କ ସଫଳତା, ଓଡ଼ିଶା ଉଚ୍ଚ ମାଧ୍ୟମିକ ପରୀକ୍ଷା ରେ କୃତକାର୍ଯ୍ୟ, ହସିନା ସାହୁ ୮୬.୩୩ % ଏବଂ ରିତାଞ୍ଜଳୀ ରଣା ୮୦% ପ୍ରତିଶତ ରେ ପାସ୍*
ନୂଆପଡା(ମିଖାଏଲ ନନ୍ଦ)
ତ:୨୧.୦୫.
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହର ମଧ୍ୟରେ ଅବସ୍ଥିତ ଉତ୍କଳ ବାଳାଶ୍ରମ ଅନ୍ତେବାସୀ ଙ୍କ ସଫଳତା ସତରେ ଶିକ୍ଷା ପ୍ରତି ଛାତ୍ରୀଙ୍କ ଆଗ୍ରହ ଦୃଢ଼ ସଂକଳ୍ପ ଆଜି ତାଙ୍କ ସଫଳତା ଗା ବର୍ଣ୍ଣନା କରେ। ପରିବାର ମାଁ, ବାପା, ବନ୍ଧୁ ବର୍ଗ, ସମ୍ପର୍କୀୟ ଙ୍କ ଠାରୁ ବହୁ ଦୂରରେ ରହି ଉତ୍କଳ ବାଳାଶ୍ରମ ରେ ତାଙ୍କ ଜୀବନ ବଞ୍ଚିବା ଅଧିକାର ପ୍ରଦାନ କରିଥାଏ। ନିଜ ବଞ୍ଚି ଅନ୍ୟଙ୍କ ପାଇଁ ପ୍ରେରଣା ଉତ୍ସ ପାଲଟିଛନ୍ତି ହସିନା ସାହୁ ଓ ରିତାଞ୍ଜଳୀ ରଣା। ଚଳିତ ଓଡ଼ିଶା ଉଚ୍ଚ ମାଧ୍ୟମିକ ପରୀକ୍ଷା ରେ କୃତକାର୍ଯ୍ୟ ହୋଇ ଉତ୍କଳ ବାଲା ଶ୍ରମ ଛାତ୍ରୀ ହସିନାବାହୁ ୮୬.୩୩ % ମାର୍କ ରଖିଛନ୍ତି। ସେ ସମୁଦାୟ ୬୦୦ ମାର୍କ ରୁ ୫୧୮ ମାର୍କ ରଖିଥିବା ବେଳେ ରିତାଞ୍ଜଳୀ ରଣା ୮୦% ପ୍ରତିଶତ ରେ ପାସ୍ ହୋଇଛନ୍ତି। ସମୁଦାୟ ୬୦୦ ମାର୍କ ରୁ ୪୮୦ ମାର୍କ ରଖି ନିଜ ଅନୁଷ୍ଠାନ ଏବଂ ଜିଲ୍ଲା ପାଇଁ ଗର୍ବ ଆଣିଛନ୍ତି।
