*ଖଡ଼ିଆଳ ଉଚ୍ଚ ମାଧ୍ୟମିକ ଶିକ୍ଷା ବାର୍ଷିକ ପରୀକ୍ଷା ଫଳର ଆଶାତୀତ ସଫଳତା*
ନୂଆପଡା(ମିଖାଏଲ ନନ୍ଦ)
ତା:୨୧.୦୫.
ନୂଆପଡା ଜିଲ୍ଲା ଅନ୍ତର୍ଗତ ଖଡ଼ିଆଳ ଉଚ୍ଚ ମାଧ୍ୟମିକ ଶିକ୍ଷା ବାର୍ଷିକ ପରୀକ୍ଷା ଫଳ ସଫଳତା ହାସଲ କରିଛି ।କଳା ବିଭାଗ କ୍ଷେତ୍ରରେ ୩୧୯ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ସ୍ଥଳେ ୨୬୯ ପାସ କରିଛନ୍ତି ଅର୍ଥାତ ପାସ ହାର ୮୪.୩୩, ବିଜ୍ଞାନ ବିଭାଗରେ ୧୨୫ପରୀକ୍ଷା ଦେଇଥିବା ବେଳେ ୮୯ ପାସ କରିଥିଲେ ୭୧.୨୦ଶତକଡା ,ବାଣିଜ୍ୟ ବିଭାଗରେ ୬୧ପରୀକ୍ଷା ଦେଇଥିବା ବେଳେ ୫୨ ଏବଂ ପାସ ହାର ୮୫.୨୫, ଧନ୍ଦାମୂଳକ ଶିକ୍ଷାରେ ୩୧ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୦ଜଣ ପାସ ଅର୍ଥାତ ୬୪.୫୨ ପାସ ହାର ହୋଇଛି । କଳା ବିଭାଗରେ ହସିନା ସାହୁ ୮୬.୩୩ %, ବିଜ୍ଞାନ ବିଭାଗରେ ସାହିଲ ପ୍ରଧାନ ୮୬.୦୬% , ବାଣିଜ୍ୟ ବିଭାଗରେ ନମନ କୁମାର ଶୁକ୍ଳା ୮୪.୫%,ଧନ୍ଦାମୂଳକ ଶିକ୍ଷାରେ ତୁଷାର କୁମାର ବେହେରା ୫୭% ରଖି କୃତିତ୍ୱ ହାସଲ କରିଛନ୍ତି ।ଉକ୍ତ ପରୀକ୍ଷା ଫଳକୁ ନେଇ ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ କୁମାର ପଣ୍ଡା , ଯୁକ୍ତ ଦୁଇ ଅଧ୍ୟକ୍ଷ ଡ଼ ରଣବୀର ସିଂହ ,ପରୀକ୍ଷା ସଂଚାଳିକା ଅଧ୍ୟାପିକା ଡ଼ ଗୀତାଶ୍ରୀ ପ୍ରିୟମ୍ବଦା, ଶ୍ରୀ ରବୀନ୍ଦ୍ର ବାଗ,ଶ୍ରୀ ଅକ୍ଷୟ ଦାଶଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ସହଯୋଗୀ ସହକର୍ମୀ, ଅଭିଭାବକ , ଅଞ୍ଚଳବାସୀ ,ସାମ୍ବାଦିକ ସଂଘ,ଛାତ୍ରଛାତ୍ରୀ ଅତ୍ୟନ୍ତ ଆନନ୍ଦିତ ଏବଂ ଖୁସି ପ୍ରକାଶ କରିଛନ୍ତି ।
