*ଚଳିତ ବର୍ଷ +2 ବିଜ୍ଞାନ ଓ କଳାରେ ସାଇନିଙ୍ଗ ଟ୍ୟୁଟୋରିଆଲର ଶତ ପ୍ରତିଶତ ସଫଳତା*
____________________
ତା୨୧/୦୫/୨୬(ନି.ପ୍ର): ସାରସକଣା(ଅନିଲ କୁମାର ସାହୁ):
ଝାରପୋଖରୀଆ ସ୍ଥିତ ସାଇନିଙ୍ଗ ଟ୍ୟୁଟୋରିଆଲ ଚଳିତ ବର୍ଷ +୨ ବିଜ୍ଞାନ ଓ କଳାରେ ଶତ ପ୍ରତିଶତ ସଫଳତା ହାସଲ କରିଛି l ଉଭୟ ବିଜ୍ଞାନ ଓ କଳାରେ ୭୫ ପ୍ରତିଶତ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ବାକି ସମସ୍ତ ଦ୍ଵିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି l ଅନୁଷ୍ଠାନର ରୀମା ବେହେରା ୫୧୪ ନମ୍ବର ରଖି ଟପ୍ପର ହୋଇଥିବା ବେଳେ ସୋନାଲୀ ସାହୁ ୪୭୫ ନମ୍ୱର ସହ ଦ୍ଵିତୀୟ ଓ ସେହିପରି ହରପ୍ରିୟା ମହାନ୍ତ ୪୬୩, ରଶ୍ମିରେଖା ପୁଟି ୪୫୯ , ଅଭିପ୍ସା ମହାପାତ୍ର ଏବଂ ଗାୟତ୍ରୀ ବେହେରା ଉଭୟ ୪୫୩ ନମ୍ବର ରଖିଛନ୍ତି l ଅନୁଷ୍ଠାନ ଚେୟାରମେନ ସୁମିତ କୁମାର ସାଉଙ୍କ ସମେତ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କ ତରଫରୁ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି l ଉଞ୍ଜଦୂତ ଖବର।
