ସୋରରେ ମାତିଛନ୍ତି ଚୋର ।
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର): ସୋରରେ ଲାଗୁନି ଚୋରି ର ବ୍ରେକ। ଚୋର ଙ୍କ ଲୋଲୁପ ଦୃଷ୍ଟିରେ ଧର୍ମାନୁଷ୍ଠାନ। ପୋଲିସ ର ନିଷ୍କ୍ରିୟତା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କିଛିଦିନ ହେବ ସୋର ଥାନା ଅଧିନ ବିଭିନ୍ନ ଅଞ୍ଚଳରୁ ଲଗାତର ଚୋରି ହେବା ଫଳରେ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଗତ ୧୮ ତାରିଖରେ ଏକ କାଳୀନ ତିନୋଟି ମନ୍ଦିରରୁ ଚୋରି ହୋଇଥିବା ବେଳେ ଗତକାଲି ରାତିରେ ତଳନଗର ନିକଟରେ ଥିବା ଏକ କଫି ସପରୁ ୫୦ ହଜାରରୁ ଅଧିକ ଟଙ୍କାର ସାମଗ୍ରୀ ଓ ଚପରପଦା ନିକଟରେ ଥିବା ତାରିଣୀ ମନ୍ଦିରରୁ ଗହଣା ଏବଂ ମନ୍ଦିର ନିକଟରେ ଥିବା ୫ ଟି ଦୋକାନର ଚାବି ଭାଙ୍ଗି ଦୁର୍ବୁର୍ତ୍ତ ମାନେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି କରିଥିବା ଜଣାପଡ଼ିଛି। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ପୁଲିସ ପକ୍ଷରୁ ସଠିକ ଢଙ୍ଗରେ ପେଟ୍ରୋଲିଂ କରିବାକୁ ସାଧାରଣରେ ଦାବି ହୋଇଛି।
