ଟ୍ରକ କୁ ପଛପଟୁ ଧକ୍କା ଦେଲା ଅନ୍ୟ ଏକ ଟ୍ରକ: ଚାଳକ ଗୁରୁତର
ସୋର,୨୦/୫(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର): ସୋରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକ କୁ ପଛପଟୁ ଧକ୍କା ଦେଲା ଅନ୍ୟ ଏକ ଟ୍ରକ। ସୂଚନାଯୋଗ୍ୟ ଆଜି ସକାଳେ ଡବ୍ଲୁବି ୩୩ ଡି ୭୨୯୫ ନମ୍ବର ବିଶିଷ୍ଟ ଏକ ଆଳୁ ବୋଝେଇ ଟ୍ରକ କଲିକତାରୁ ଛତିଆ ଅଭିମୁଖେ ଯାଉଥିବା ବେଳେ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଉତ୍ତରେଶ୍ୱର ନିକଟରେ ଆଗରେ ଯାଉଥିବା ଏକ ଟ୍ରକ ହଠାତ ବ୍ରେକ ମାରିବାରୁ ଉଭୟ ଟ୍ରକ ମଧ୍ୟରେ ଦୁର୍ଘଟଣା ଘଟିଥିଲା। ଆଗରେ ଯାଉଥିବା ଟ୍ରକଟି ଫେରାର ହୋଇଯାଇଥିବା ବେଳେ ଆଳୁ ବୋଝେଇ ଟ୍ରକର ଚାଳକ ପଶ୍ଚିମବଙ୍ଗ ଲାଲଗଡର ଅମିତ କାଳନ୍ଦୀ(୩୬) ଓ ହେଲପର କୋଷ୍ଯ ଗୋଡ ଅଞ୍ଚଳର ଲୋକୀ କାଳନ୍ଦୀ (୨୯) ଟ୍ରକ ମଧ୍ୟରେ ଚାପି ହୋଇରହିଥିଲେ। ଖବର ପାଇ ଜାତୀୟ ରାଜପଥ ପେଟ୍ରୋଲିଂ ପୁଲିସ ଓ ସୋର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହଯୋଗରେ ଉଭୟଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭତ୍ତି କରିଥିଲେ।
