*ଖାରିଆଗୁଡା ଅଂଚଳର କଣ୍ଟାଖାଳି ନିକଟରେ ସଡ଼କ ଦୁର୍ଘଟଣା, ଜଣେ ଗୁରୁତର*
ପାତ୍ରପୁର: (ଶ୍ରୀବତ୍ସ ସାହୁ) ପାତ୍ରପୁର ବ୍ଲକ ଅନ୍ତର୍ଗତ ତୁରୁବୁଡ଼ି ପଞ୍ଚାୟତ କଣ୍ଟାଖାଳି ଗ୍ରାମ ନିକଟରେ ସୋମବାର ଏକ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଗୁରୁତର ଯୁବକ ଜଣଙ୍କ ହେଲେ ସ୍ଥାନୀୟ ତାଳପଡ଼ା ଗ୍ରାମର ବାମଦେବ ସାହୁଙ୍କ ପୁତ୍ର ୩୬ ବର୍ଷୀୟ ସୁଶାନ୍ତ ସାହୁ ( ଫଳୁ )। ଖବର ମୁତାବକ ସୁଶାନ୍ତ ଦ୍ରୁତ ଗତିରେ ଯାଇ ଏକ ସାଇଡ ୱାଲ ରେ ପିଟି ହୋଇ ଯାଇଥିଲେ।
ଫଳରେ ସେ ଗୁରୁତର ଭାବେ ଆହତ ହୋଇ ଘଟଣା ସ୍ଥଳରେ ପଡି ରହିଥିଲେ। ପରେ ସ୍ଥାନୀୟ ଲୋକ ତୁରନ୍ତ ପୋଲିସ ଆଉ ଆମ୍ବୁଲାନ୍ସ କୁ ଫୋନ କରିଥିଲେ ମଧ୍ୟ କେହି ପହଞ୍ଚି ନଥିଲେ | ପରେ ସ୍ଥାନୀୟ ଲୋକେ ଉଦ୍ଧାର କରି ନିକଟସ୍ଥ ଖାରିଆଗୁଡା ଚିକିତ୍ସାଳୟକୁ ପଠାଇଥିଲେ। ପରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଉନ୍ନତ ଚିକିତ୍ସା ପାଇଁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିବା ଖବର ମିଳିଛି। ବର୍ତ୍ତମାନ ସୁଶାନ୍ତଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣା ପଡିଛି |
