ଯୁବକ ଙ୍କ ମୃତ୍ୟୁ: ଆତ୍ମହତ୍ୟା ସନ୍ଦେହ
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର)::: ସୋରରେ ଜଣେ ଯୁବକ ମୃତ୍ୟୁ ବରଣ କରିଥିବା ବେଳେ ଏହା ହତ୍ୟା ନା ଆତ୍ମହତ୍ୟା ଏବେ ସନ୍ଦେହ ଘେରରେ ରହିଛି। ସୂଚନାଯୋଗ୍ୟ ସୋର ଥାନା ଅଧିନ ଶିରାପୁର ଗ୍ରାମର ଜଗନ୍ନାଥ ଦାସ ଙ୍କ ପୁଅ ସୈମ୍ୟରଞ୍ଜନ ଦାସ (ଓଳ) । ଗତ ଦୁଇଦିନ ତଳେ ଘରେ ପାରିବାରିକ କଳହରୁ ଘର ଆସବାବପତ୍ର ନିଆଁ ଲାଗି ପୋଡ଼ି ଦେଇ , ଘରୁ ରାଗିକି କୁଆଡେ ପଲାଇ ଯାଇଥିଲେ ସୈମ୍ୟ ରଞ୍ଜନ। ଆଜି ସନ୍ଧ୍ୟାରେ ସୈମ୍ୟରଞ୍ଜନ ଙ୍କ ମୃତ୍ୟୁ ଦେହ ଅଙ୍କବ୍ରହ୍ମପୁର ସ୍ଥିତ ଦାଠଗଡିଆ କଡ଼ରେ ପଡ଼ିଥିବା ଦେଖି ଗ୍ରାମବାସୀ ମାନେ ସୋର ପୋଲିସ କୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ କୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି।
