
ଗଜପତି ଜିଲ୍ଲା ରେ ପୁଣି ଏକ ଦାଦନ ଦୁଃଖ।
ଗଜପତି ଜିଲ୍ଲାର ଆର ଉଦୟଗିରି ବ୍ଲକ ରଣାଲାଇ ଗ୍ରାମର ଦାଦନ ଖଟିବାକୁ ଯାଇଥିବା ମହିଳା ଶ୍ରମିକଙ୍କ ତାମିଲନାଡୁରେ ମୃତ୍ୟୁ ।
ପେଟ ପାଟଣା ପାଇଁ ଗଜପତି ଜିଲ୍ଲାର ନିଜର ଭିଟା ମାଟି ଛାଡି ସୁଦୂର ତାମିଲନାଡୁକୁ ଦାଦନ ଶ୍ରମିକ ଭାବେ ଯାଇଥିବା ଜଣେ ମହିଳା ଶ୍ରମିକଙ୍କ ତାମିଲନାଡୁ ରେ ମୃତ୍ୟୁ ହୋଇଥିବା ଆଜି ଦିନ 12 ଘଣ୍ଟ ସମୟରେ ସୂଚନା ମିଳିଛି।ମୃତ ମହିଳା ଶ୍ରମିକଙ୍କ ନାମ ପ୍ରୀତିଲତା ମହାପାତ୍ର ତାଙ୍କ ଘର ଗଜପତି ଜିଲ୍ଲା ଆର. ଉଦୟଗିରି ବ୍ଲକ ଅନ୍ତର୍ଗତ ରଣାଲଇ ଗ୍ରାମରେ ଅଟେ।ସେ ଗତ କିଛି ମାସ ହେବ ଗଜପତିରୁ ତାମିଲନାଡୁର ତ୍ରିପୁରା ନାମକ ଏକ ସ୍ଥାନରେ ମହିଳା ଶ୍ରମିକ ଭାବେ ନିୟୋଜିତ କାର୍ଯ୍ୟ କରୁଥିଲେ। ଗତକାଲି କୌଣସି ଏକ କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତ ମହିଳା ଶ୍ରମିକଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କ ମର ଶରୀରକୁ ତାଙ୍କ ନିଜ ଗ୍ରାମରେ ପହଞ୍ଚାଇବା ପାଇଁ ପ୍ରଶାସନର ସାହାର୍ଯ୍ୟ ଲୋଡିଛନ୍ତି ପରିବାର ଓ ଗ୍ରାମବାସୀ।
ଗଜପତି ରୁ ଟିକି ଲିମା ଙ୍କ ରିପୋର୍ଟଭଞ୍ଜ ଦୂତ ଖବର