
ଖବର ସଂଗ୍ରହ ପାଇଁ ଯିବାବେଳେ ଦୁର୍ଘଟଣାରେ ସାମ୍ବାଦିକ ଗୁରୁତର ।
ସୋର(ଭଞ୍ଜଦୂତ): ଖବର ସଂଗ୍ରହ କରିବାକୁ ଗଲା ବେଳେ ଦୁର୍ଘଟଣାରେ ଶିକାର ହେଲେ ସାମ୍ବାଦିକ। ଘଟଣା ଅନୁସାରେ ସୋର ଓ ଟିଭି ପ୍ରତିନିଧି ନିରଞ୍ଜନ ବେହେରା ରବିବାର ସିମୁଳିଆକୁ ଏକ କଣ୍ଟେନର ନିଆଁ ଲାଗିଥିବାର ଖବର ସଂଗ୍ରହ ପାଇଁ ନିଜ ସ୍କୁଟିରେ ଯାଉଥିବା ବେଳେ ସିମୁଳିଆ ଥାନା ଅନ୍ତର୍ଗତ ଅଡା ଦମକଳ କେନ୍ଦ୍ର ନିକଟରେ ଆଗରେ ଏକ ବାଇକ ହଠାତ ଆସିଯିବାରୁ ନିଜ ଗାଡି ସହ ଦୁର୍ଘଟଣାର ଶିକାର ହୋଇଥିଲେ। ସଂଗେ ସଂଗେ ସ୍ଥାନୀୟ ଲୋକେ ଗୁରୁତର ନିରଞ୍ଜନଙ୍କୁ ଅଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ। ସେଠାରେ ଡାକ୍ତର ଚିକିତ୍ସା କରିବା ଅନ୍ୟ ମାନଙ୍କ ସହାୟତାରେ ଘରକୁ ଆସିଥିଲେ। ନିରଞ୍ଜନଙ୍କ ହାତ, ମୁଣ୍ଡ, ମୁହଁରେ ଆଘାତ ହୋଇଛି। ତାଙ୍କ ସ୍କୁଟିର ସମ୍ମୁଖ ଅଂଶଟି ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଛି। ସୋର ତଥା ଅନ୍ୟ ଅଞ୍ଚଳରୁ ଅନେକ ସାମ୍ବାଦିକ ନିରଞ୍ଜନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।