
ସାବିତ୍ରୀ ଖୋଜୁଛି ସତ୍ୟବାନ୍ କୁ।
ସୋର/ ବାହାନଗା: ସାବିତ୍ରୀ ବ୍ରତ ରେ ସାବିତ୍ରୀ ଖୋଜୁଛି ସତ୍ୟବାନ୍ କୁ। ସ୍ତ୍ରୀ ମନ୍ଦିର କୁ ଯାଇଥିଲା ସ୍ଵାମୀ ର ଦୀର୍ଘାୟୁ କାମନା କରିବା ପାଇଁ। ଏପଟେ ଘରେ କବାଟ କିଳି ସ୍ବାମୀ ଫେନ୍ ରେ ଗାମୁଛା ରେ ଆତ୍ମହତ୍ୟା କରିଛି। ଏଭଳି ଏକ ଦୁଃଖଦ ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଳକ ପଣପଣା ପଞ୍ଚାୟତ ମାଳଦାପଡା ଗ୍ରାମ ରେ। ମୃତକ ପଦ୍ମଲୋଚନ ବେହେରା ଘରେ ଥିବାବେଳେ ପତ୍ନୀ ଜୟନ୍ତୀ ସାବିତ୍ରୀ ବ୍ରତ କରିବା ପାଇଁ ନିକଟସ୍ଥ ମନ୍ଦିର କୁ ଯାଇଥିଲେ। ସ୍ଵାମୀ ନାମ ରେ ସ୍ତ୍ରୀ ଶଙ୍ଖା, ସିନ୍ଦୂର ଓ ଚୁଡି ପୂଜା କରୁଥିବା ବେଳେ ଘରେ ଘଟିଥିଲା ଅଘଟଣ। ସ୍ଵାମୀ ନିଜ ଶୋଇବା ଘରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିଲେ ଘର ଲୋକ ଜାଣିବା ପରେ ସ୍ତ୍ରୀଙ୍କୁ ଖବର ଦେଇଥିଲେ। ଘର ଲୋକ ମୂତ ପଦ୍ମଲୋଚନ କୁ ଖନ୍ତାପଡା ଡାକ୍ତରଖାନା କୁ ନେଇଥିବା ବେଳେ, ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ। ଖବର ପାଇ ଖନ୍ତପଡା ପୋଲିସ ଘଟଣାସ୍ଥଳରେ ପହଂଚି ଶବ କୁ ଉଦ୍ଧାର ପରେ ବ୍ୟବଚ୍ଛେଦ ପାଇଁ ପଠାଇଥିବା ସୂଚନା ମିଳିଛି। ଆତ୍ମହତ୍ୟା ର କାରଣ ଅସ୍ପଷ୍ଟ ଅଛି।