୩୩ ପ୍ରତିଶତ ମହିଳା ସଂରକ୍ଷଣ ଆଇନ କୁ ନେଇ ମଶାଲ ଶୋଭାଯାତ୍ରା।
—————————-
ଭଞ୍ଜନଗର -୧୨/୦୫ (ରିପୋର୍ଟ -ପ୍ରଫୁଲ୍ଲ କୁମାର ମହାରଣା ) ଗଞ୍ଜାମ ଜିଲ୍ଲା କଂଗ୍ରେସ ତରଫରୁ ଭଂଜନଗର ସହର ଉପଖଣ୍ଡ ରେ ଏକ ମଶାଲ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଥିଲା। ଶତକଡା ୩୩ ପ୍ରତିଶତ ମହିଳା ସଂରକ୍ଷଣ ଆଇନ କୁ ନେଇ ମଶାଲ ଶୋଭାଯାତ୍ରା ସ୍ଥାନୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଠାରୁ ବାହାରି ସହର ପରିକ୍ରମା କରଯାଇଥିଲା। ଏହି କାର୍ଯ୍ୟକ୍ରମ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ତଥା ସଭାପତି ଶ୍ରୀଯୁକ୍ତ ଭକ୍ତଚରଣ ଦାସ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ( ପଶ୍ଚିମ) ଗଞ୍ଜାମ ତରଫରୁ ସଭାପତି ଶ୍ରୀଯୁକ୍ତ ଦଣ୍ଡପାଣି ପାତ୍ର, ସାଧାରଣ ସମ୍ପାଦକ ଶ୍ରୀ ବବି ଅନନ୍ତନାଗ ରଥ ଙ୍କ ନେତୃତ୍ୱ ରେ ଜିଲ୍ଲା ମହିଳା ସଭାନେତ୍ରୀ ଙ୍କ ସହ ସମସ୍ତ ଜିଲ୍ଲା କମିଟି ଙ୍କ ସହ ସକ୍ରିୟ କର୍ମକର୍ତ୍ତା ଙ୍କ ଗହଣ ରେ ଏକ ବିରାଟ ମଶାଲ ଶୋଭାଯାତ୍ରା କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତା ସହିତ ଅନ୍ୟ ରାଜ୍ୟ ମାନଙ୍କରେ କଂଗେସ ର ବିଜୟ କୁ ଜିଲ୍ଲା କମିଟି ତରଫରୁ ସ୍ଵାଗତ ସହ ରାଜ୍ୟ ରେ ଆଇନ କୁ ସଜା ଡ଼ିବାରେ ବର୍ତ୍ତମାନ ସରକାର ବିଶେଷ ଦୃଷ୍ଟି ଦେବାସହ ବଢୁଥିବା ଦରଦାମ ଉପରେ ରୋକ ଲଗାଇବା ପାଇଁ ଅପିଲ କରାଯାଇ ଏକ ସଚେତନତା ଅଭିଯାନ କୁ ଆଗକୁ ନୀୟାଯାଇଥିଲା।ଆଜି ର ମାଶାଲ ଶୋଭା ଯାତ୍ରା ସମୟରେ ଦୁଇ ଶହ ରୁ ଉର୍ଦ୍ଧ ମହିଳା ଓ ପୁରୁଷ କଂଗ୍ରେସ କର୍ମୀ ଏକଜୁଟ ହୋଇଥିଲେ।ଏଥି ସହ ରାଜ୍ୟରେ ମହିଳା ମାନଙ୍କ ଉପରେ ହେଉଥିବା ଅତ୍ୟାଚାର, ଶୋଷଣ କୁ ରୋକିବା ରେ ରାଜ୍ୟ ସରକାର ବିଫଳ ଓ ଏହି ବିଫଳ ସରକାର ଉପରେ ବର୍ଷି ଥିଲେ ମହିଳା କର୍ମୀ ମାନେ।ଯଦି ଆଗାମୀ ଦିନରେ ମହିଳା ସୁରକ୍ଷା ବିଲ ଉପରେ ମୋହର ନ ବାଜେ ଓ ନାରୀ ସୁରକ୍ଷା ପାଇଁ ସରକାର ପଦକ୍ଷେପ ନ ନିଏ ତା ହେଲେ ଆଗାମୀ ଦିନରେ କଂଗ୍ରେସ ର ଆନ୍ଦୋଳନ ଜୋରଦାର ହେବା ସହ ରାଜ୍ ରାସ୍ତାକୁ ଓଲ୍ହାଇବ।ଏହି ମଶାଲ ଶୋଭା ଯାତ୍ରାରେ ସୋରଡା, ଆସିକା ଭଳି ବିଭିନ୍ନ ବ୍ଲକ ର କଂଗ୍ରେସ କର୍ମୀମାନେ ଯୋଗଦେଇ ଥିଲେ। ପରିଶେଷରେ ସମସ୍ତ କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ କରାଯାଇଥିବାରୁ ସମସ୍ତ ସହଯୋଗୀ ଙ୍କୁ ଜିଲ୍ଲା କଂଗେସ ତରଫରୁ ଧନ୍ୟବାଦ୍ ପ୍ରଦାନ କରାଯାଇଛି।
