କବି ସମ୍ରାଟ ମିଡିଆ କ୍ଲବ ତରଫରୁ କାନିକା ପ୍ରସାଦ ବଣ୍ଟନ।
ଭଞ୍ଜନଗର -୧୨/୦୫(ପ୍ରଫୁଲ୍ଲ କୁମାର ମହାରଣା) ଭଞ୍ଜନଗର ର ଐତିହାସିକ ଠାକୁରାଣୀ ଯାତ୍ରା ଚାଲି ଥିବା ବେଳେ ,ଏହି ଯାତ୍ରାକୁ ଦୂରଦୂରନ୍ତରୁ ବହୁ ଭକ୍ତଙ୍କ ସମାଗମ ହେଇଛି।ଏହାକୁ ଦୃଷ୍ଟିରେ ରଖି ଭଞ୍ଜନଗର ପ୍ରଶାସନ ଓ ଯାତ୍ରା କମିଟି ସବୁ ପ୍ରକାର ତତ୍ପରତା ପ୍ରକାଶ କରିଥିବା ବେଳେ ଏହି ଯାତ୍ରା କୁ ସୁରକ୍ଷିତ ଓ ଶୃଙ୍ଖଳିତ କରିବା ପାଇଁ ବହୁ ସାମାଜିକ ଅନୁଷ୍ଠାନ ସହଯୋଗ କରୁଛନ୍ତି।ଏହି ପରିପ୍ରେକ୍ଷୀରେ ଭଞ୍ଜନଗର ସହର ର ଅଗ୍ରଣୀ ପଞ୍ଜିକୃତ ସାମ୍ୱାଦିକ ସଂଘ କବି ସମ୍ରାଟ ମିଡ଼ିଆ କ୍ଲବ ଠାକୁରାଣୀ ଯାତ୍ରା ର ସମସ୍ତ ଟିକନିଖ ଖବର ପ୍ରସାରଣ ସହ ସେବା ଯୋଗାଇ ଆସୁଛି।ଆଜି କବି ସମ୍ରାଟ ମିଡ଼ିଆ କ୍ଲବ ତରଫରୁ କାନିକା ଅନ୍ନ ଭୋଗ ବଣ୍ଟନ କରାଯାଇଛି।ଅନୁଷ୍ଠାନ ତରଫରୁ ୨୫୦୦ ଜଣଙ୍କୁ ଅନ୍ନ ଭୋଗ ବଣ୍ଟନ କରାଯାଇଛି।ଭଞ୍ଜନଗର ପ୍ରେସ କ୍ଲବ ଠାରେ ଅନୁଷ୍ଠିତ ଭୋଗ ବଣ୍ଟନ କାର୍ଯ୍ୟକ୍ରମ ରେ ମିଡ଼ିଆ କ୍ଲବ ର ବହୁ ସଦସ୍ୟ ତଥା ଭଞ୍ଜନଗର ପ୍ରେସ କ୍ଲବ ର ବହୁ ବରିଷ୍ଠ ସାମ୍ବାଦିକ ଉପସ୍ଥିତ ରହି ସହଯୋଗ କରିଥିଲେ।ଅନୁଷ୍ଠାନ ର ସଭାପତି ପ୍ରଦୀପ ସ୍ୱାଇଁ ଙ୍କ ନେତୃତ୍ୱରେ ଆଗକୁ ଆହୁରି ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।କବି ସାମ୍ରାଟ ମିଡ଼ିଆ କ୍ଲବ ଭଞ୍ଜନଗର ,ସୋରଡା, ବୁଗୁଡ଼ା,ଜଗନ୍ନାଥ ପ୍ରସାଦ, ବେଲଗୁଣ୍ଠା ଆଖପାଖ ଅଞ୍ଚଳରେ ବହୁ ଜନ ହିତାଧିକାରୀ କାର୍ଯ୍ୟ କରି ପ୍ରଶଂସା ସାଉଟୁଛି।ବିଗତ ଦିନ ମାନଙ୍କରେ ଏହି ଅନୁଷ୍ଠାନ ରକ୍ତଦାନ, ଚାରା ଓ ବୃକ୍ଷ ରୋପଣ,ସମ୍ବାଦିକ ସୁରକ୍ଷା ଆଦି କାର୍ଯ୍ୟକ୍ରମ କରି ବେଶ ପ୍ରଶଂସା ପାଇଛି।କବିସମ୍ରାଟ ମିଡ଼ିଆ କ୍ଲବ ଆଗକୁ ଏହିପରି ସମାଜ ସେବୀ କାର୍ଯ୍ୟକ୍ରମ କରିବାର ଲକ୍ଷ ରଖିଛି।
