
ଚାଣକ୍ୟ ଏକାଡେମୀ ରେ +୨ ରେଜଲ୍ଟ ର ଅପୂର୍ବ ସଫଳତା।
ସୋର: ସଦ୍ୟ ପ୍ରକାଶିତ +୨ ପ୍ରକାଶିତ ପରୀକ୍ଷା ଫଳରେ ସୋର କଲେଜ ଛକ ନିକଟରେ ଥିବା ଚାଣକ୍ୟ ଏକାଡେମୀ ଅପୂର୍ବ ସଫଳତା ହାସଲ କରିଛି। ଏହି ଏକାଡେମୀ ଶତପ୍ରତିଶତ ପରିକ୍ଷାର୍ଥୀ ଏହି ସଫଳତା ପାଇଥିବା ରୁ ଏକାଡେମୀ ର ସଭାପତି ଶଶିକାନ୍ତ ମିଶ୍ର ସମସ୍ତ ଛାତ୍ରଛାତ୍ରୀ ତଥା କାର୍ଯ୍ୟରତ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସୂରଜ କୁମାର ପାଣିଗ୍ରାହୀ ୫୧୬ ର ନମ୍ବର ରଖିଥିବାବେଳେ ୫୦୨ ନମ୍ବର ରଖି ଦ୍ଵୀତୀୟ ସ୍ଥାନରେ ପର୍ଶୁରାମ ବେହେରା ଅଛନ୍ତି। ସେହିଭଳି୪୮୭ ନମ୍ବର ରଖି ତୃତୀୟ ସ୍ଥାନରେ ଅଛନ୍ତି ଅମୀୟ ରଞ୍ଜନ ତ୍ରୀପାଠୀ। ତତ୍ ସହିତ ୯୦% ପିଲା ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଆଗାମୀ ଦିନରେ ଚାଣକ୍ୟ ଏକାଡେମୀ କେବଳ ସୋର ନୁହେଁ ବରଂ କିପରି ଭାବେ ବାଲେଶ୍ଵର ଜିଲ୍ଲାରେ ୧ ନମ୍ବର ଶିକ୍ଷାନୁଷ୍ଠାନ ଭାବେ ଉଭା ହେବ ସେନେଇ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ତଥା ଛାତ୍ରଛାତ୍ରୀ ମାନେ ଆଲୋଚନା କରିଛନ୍ତି। ସଭାପତି ଶ୍ରୀ ମିଶ୍ର ସମସ୍ତ ଙ୍କୁ ଧନ୍ୟବାଦ ଦେବା ସହ ମିଠା ଖୁଆଇ ଅଭିନନ୍ଦନ ଜଣାଇଥିଲେ।