
ସୋର ରେଳ ଷ୍ଟେସନରେ କୋଚ ଇଣ୍ଡିକେଟର ସହ ବିଭିନ୍ନ ସମସ୍ୟାନେଇ ଦାବିପତ୍ର ପ୍ରଦାନ।
»»»»»»»»»»»»»»»»»»»»»»»»»»»»» ସୋର… ଦକ୍ଷିଣ ପୂର୍ବ ରେଳ ବିଭାଗ ଅଧୀନ ଖଡ଼ଗପୁର ଡିଭିଜନର ଡି ଆର ଏମ ତଥା ସି ପି ଟି ଏମ ଙ୍କ ଉଦାସୀନତା ମନୋଭାବ ତଥା ଅବହେଳା ଯୋଗୁଁ ,ସୋର ରେଳ ଷ୍ଟେସନର ଆବଶ୍ୟକ ଉନ୍ନୟନ ମୂଳକ କାର୍ଯ୍ୟ ଦୀର୍ଘ ଦିନ ଧରି କଚ୍ଛପ ଗତିରେ ଚାଲିଥିବା ନେଇ ସୋର ନାଗରିକ ମଞ୍ଚ ତରଫରୁ ଉଦବେଗ ପ୍ରକାଶ ସହ ତୁରନ୍ତ କାର୍ଯ୍ୟ ଶେଷ କରାଯିବାକୁ ଷ୍ଟେସନ ମ୍ୟାନେଜର ବିଜୟ କେତନ ମହାଳିକଙ୍କୁ ଦାବିପତ୍ର ପ୍ରଦାନ କରାଯିବା ସହ ଏକ ଦ୍ବିପାକ୍ଷିକ ଆଲୋଚନା ହୋଇ ଯାଇଛି। ଏହି ଦାବିପତ୍ରରେ ତୁରନ୍ତ କୋଚ ଇଣ୍ଡିକେଟର ସ୍ଥାପନ, ଦକ୍ଷିଣପଟ ପାଦଚଲା ବ୍ରିଜ କାର୍ଯ୍ୟ ସମାପ୍ତ କରାଯିବା ସହ ଷ୍ଟେସନର ରେଳ ଯାତ୍ରୀ ମାନଙ୍କ ସୁରକ୍ଷା ପାଇଁ ଷ୍ଟେସନ ପରିସରରେ ମାଦକ ଦ୍ରବ୍ୟ ସେବନ କାରୀ ଅସାମାଜିକ ବ୍ୟକ୍ତି ମାନଙ୍କ ଉପରେ ରୋକ ଲଗାଇବା, ସଂରକ୍ଷିତ ଟିକେଟ ନେଉଥିବା ଯାତ୍ରୀ ମାନଙ୍କୁ ସୁରକ୍ଷା ଦେବା,ଷ୍ଟେସନ ସାମ୍ନା ଓ ଭିତରେ ସଫା ରଖିବା, ମୋଟର ସାଇକେଲ ଅଟୋ ପାର୍କିଙ୍ଗକୁ ଶୃଙ୍ଖଳିତ କରିବା, ଥଣ୍ଡା ପିଇବା ପାଣି ଦୁଇ ଓ ତିନ ନମ୍ବର ପ୍ଲାଟଫର୍ମରେ ବ୍ୟବସ୍ଥା କରିବା, କୋଚ ଇଣ୍ଡିକେଟର ନ ଲାଗିବା ପର୍ଯ୍ୟନ୍ତ ସ୍ପଷ୍ଟ ଭାବେ କୋଚ ପୋଜିସନ ବାରମ୍ବାର ଘୋଷଣା କରିବା, ଦ୍ରୁତଗାମୀ ଓ ଲୋକାଲ ଟ୍ରେନ ଗୁଡିକୁ ସଠିକ ସମୟରେ ଯାତାୟାତ କରାଇବା,କୋଇଲା ବୋଝେଇ ମାଲଗାଡି ବଗି ଗୁଡ଼ିକ ଦରି ଘୋଡେଇ ପରିବହନ ପ୍ରଭୃତି ପ୍ରମୁଖ ସମସ୍ୟା ଗୁଡ଼ିକ ସମାଧାନ ଦିଗରେ ଉଚ୍ଚ କତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପ୍ରତିଶୃତି ଦେବା ସହ ୧୫ ଦିନ ମଧ୍ୟରେ କୋଚ ଇଣ୍ଡିକେଟର ଏବଂ ପଦାଚଲା ବ୍ରିଜ କାର୍ଯ୍ୟ ଆରମ୍ଭ ହେବାକୁ ପ୍ରତିଶୃତି ଦେଇଥିଲେ।
ଏହି ଆଲୋଚନାରେ ନୂତନଭାବେ ଯୋଗ ଦେଇଥିବା ରେଳ ସୁରକ୍ଷା ବଳ ସବ ଇନିସ୍ପେକଟର ୱାଇ ପି ଚନ୍ଦ୍ରା,ନାଗରିକ ମଞ୍ଚର ସଭାପତି ନେତ୍ରାନନ୍ଦ ରାଉତ, ମାୟାଧର ନାୟକ,ମନୋଜ କୁମାର ରାୟ , ଦାମୋଦର ଦାଶ ମହାପାତ୍ର, ଶରତ ଚନ୍ଦ୍ର ମହାନ୍ତି ଏବଂ ପ୍ରଦୀପ କୁମାର ଦାଶ ପ୍ରଭୃତି ଅଂଶ ଗ୍ରହଣ କରିଥିଲେ।