ବେତନଟୀ ତହସିଲଦାରଙ୍କ ଦ୍ୱାରା ସିନିଅର ସିଟିଜେନ୍ସ ଓ ସାଧାରଣ ଜନତାଙ୍କୁ ଅଣଦେଖା: ଅଭିଯୋଗ
ବେତନଟୀ,(ନୀପ୍ରୋ) ୮/୫: ସରକାରୀ କାର୍ଯ୍ୟାଳୟରେ ଜନସାଧାରଣଙ୍କ କଥା କିମ୍ବା ଅଭିଯୋଗ ଶୁଣିବା ପାଇଁ ନିୟୋଜିତ ଅଧିକାରୀଙ୍କ ଦ୍ୱାରା ଜନସାଧାରଣ ଓ ସମ୍ବାଦିକଙ୍କୁ ଅଣଦେଖା କରିବା ଏବଂ କାର୍ଯ୍ୟାଳୟରୁ ପଳାଇ ଯିବା ଘଟଣା ବେତନଟୀ ତହସିଲ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସୂଚନା ଅନୁଯାୟୀ, କୌଣସି କାମ ପାଇଁ ଶିଂଲାମୁଣ୍ଡୁଳି ଗ୍ରାମର କିଛି ଲୋକ, ବାଘମରା ଅଞ୍ଚଳର ବରିଷ୍ଠ ନାଗରିକ (ସିନିଅର ସିଟିଜେନ୍ସ) ଶ୍ରୀଯୁକ୍ତ ଶିଶିର ଦାସ ପ୍ରମୁଖ ବେତନଟୀ ତହସିଲଦାରଙ୍କୁ ଭେଟିବାକୁ ଆସିଥିଲେ। ତହସିଲଦାର ନିଜ ଚେମ୍ବରରେ ବସିଥିବା ବେଳେ ଶ୍ରୀ ଦାସ ଓ ଅନ୍ୟମାନେ ଚେମ୍ବରକୁ ପଶିବା ପାଇଁ ଅନୁମତି ମାଗିବା ମାତ୍ରେ ତହସିଲଦାର ହଠାତ୍ ନିଜ ଆସନରୁ ଉଠି ଯାଇ କିରାଣୀ ଓ କମ୍ପ୍ୟୁଟର ରୁମ୍କୁ ଚାଲିଯାଇଥିଲେ। ଓ ସେଠାରେ ନିଜ ଅଫିସ କର୍ମଚାରୀଙ୍କ ସହ ବସି ଟାହି ଟାପର କଲା ଭଳି କଥାବାର୍ତ୍ତା ହେଉଥିଲେ ଫଟୋ ଉଠାଉଥିଲେ ଓ ବିଭିନ୍ନ ପ୍ରକାର ଥଟା ମଜାରେ ବ୍ୟସ୍ତ ରହିଥିଲେ। ଯାହାକୁ ଦେଖିଲେ ଏକ କଲେଜ ପିଲାଙ୍କ ଖଟି କିମ୍ବା ବଜାରରେ ଚାଲୁ ଥିବା ସକାଳ ଚାହା ଖଟିର ଭ୍ରମ ସୃଷ୍ଟି କରୁଥିଲା। ତାଙ୍କୁ ଦେଖା କରିବାକୁ ଆସିଥିବା ଶ୍ରୀ ଦାସ ଓ ଅନ୍ଯ ଲୋକମାନେ ତହସିଲଦାରଙ୍କ ଚେମ୍ୱରରେ ଅପେକ୍ଷା କରି ବସିରହିଥିଲେ। ଏହି ସମୟ ରେ ଜଣେ ସାମ୍ବାଦିକ ଭାଇ ତାଙ୍କର କିଛି କାମ ପାଇଁ ତହସିଲ କାର୍ଯ୍ୟାଳୟ ଯାଇଥିଲେ। (ସିନିଅର ସିଟିଜେନ୍ସ) ଶ୍ରୀ ଦାସ ସେଠାରେ କାହାକୁ ଜଗି ବସି ଥିବାର ଦେଖିଲେ କଣ ହୋଇଛି ଏତେ ଲୋକ ଏଠି କଣ ପଚାରିବାରୁ ଶ୍ରୀ ଦାସ କହିଲେ ବାପା ମାନଙ୍କ ନାମରେ ଥିବା ଜମିରେ ଯଦି କିଛି ଗଣ୍ଡଗୋଳ ନଥାଏ ତେବେ ତାହା ଅପୋସ ଆଲୋଚନା ମାଧ୍ୟମ ରେ ପୁଅ ଝିଅ ମାନଙ୍କ ନାମକୁ ତହସିଲଦାର କରି ଦେଇ ପାରିବେ ବୋଲି ସରକାର କହିଛନ୍ତି ତେଣୁ ସେଇ କଥା ବୁଝି ବାକୁ ଆସିଛୁ ବୋଲି କହିଥିଲେ। ସାମ୍ବାଦିକ ଯାଇ ତହସିଲଦାରଙ୍କୁ ଏହା ଜଣାଇଥିଲେ ମଧ୍ୟ ତହସିଲଦାର ନିଜ ଚେମ୍ବରକୁ ଫେରି ଆସି ନଥିଲେ। ଦୀର୍ଘ ସମୟ ଅପେକ୍ଷା କରିବା ପରେ ଶ୍ରୀ ଦାସ ଓ ଅନ୍ୟ ଲୋମାନେ ସେଠାରୁ ଫେରିଯାଇଥିଲେ।
ଏହି ଘଟଣା ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ତହସିଲଦାରଙ୍କ ବ୍ୟବହାରକୁ ନେଇ ଅସନ୍ତୋଷ ସୃଷ୍ଟି କରିଛି। ସରକାର ଜନସାଧାରଣଙ୍କ ଅଭିଯୋଗ ଶୁଣିବା ପାଇଁ ବିଭିନ୍ନ ବ୍ୟବସ୍ଥା କରୁଥିବା ତଥା ନିଜେ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସଧାରଣ ଲୋକଙ୍କ ଅସୁବିଧା କୁ ସମାଧାନ କରିବା ପାଇଁ ଜନଶୁଣାଣି କରି ଜନସାଧାରଣଙ୍କ ଅଭିଯୋଗ ଶୁଣୁଥିବା ସମୟରେ ଏପରି ଘଟଣା ପ୍ରଶାସନିକ ବ୍ୟବସ୍ଥା ଉପରେ ପ୍ରଶ୍ନବଚି ସୃଷ୍ଟି କରିଛ। ତା ସହିତ ତହସିଲଦାର ଚନ୍ଦ୍ରଜିତ୍ ବେହେରା ବେତନଟୀ ତହସିଲରେ ଯୋଗ ଦେବା ଦିନ ଠାରୁ ତହସିଲ କାର୍ଯ୍ୟାଳୟକୁ ଦୂର ଦୂରାନ୍ତରୁ ବିଭିନ୍ନ ସମସ୍ୟା ଓ ଅଭିଯୋଗ ନେଇ ଆସୁଥିବା ସାଧାରଣ ଜନତାଙ୍କୁ ସମୟ ନଦେବା,ସାଧାରଣ ଜନତାଙ୍କ ଅଭିଯୋଗ ନଶୁଣିବା, ସାଧାରଣ ଜନତାଙ୍କୁ ସହଜ ରେ ସାକ୍ଷାତ୍ ନକରିବା ଭଳି ଅନେକ ଅଭିଯୋଗ ରହିଛି। ତହସିଲଦାର ସାଧାରଣ ଜନତାଙ୍କୁ ଅଣଦେଖା କରୁଥିବାରୁ ବେତନଟୀ ତହସିଲ ଅଞ୍ଚଳ ରେ ହସିଲଦାରଙ୍କ ବିରୋଧରେ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ହେବାରେ ଲାଗିଛି। ତହସିଲଦାରଙ୍କୁ ଏ ବାବଦରେ ପଚାରିବାରୁ ସେ କୁହନ୍ତି ମୁଁ ସେନ୍ସେସ କାମରେ ବ୍ୟସ୍ତ ଥିଲି ତେଣୁ ଏଠି ସେଠି ବସୁଥିଲି। ସେ ମତେ ତାଙ୍କର ପରିଚୟ ଦେଲେନି ମୁଁ କଥା ହୋଇ ଥାନ୍ତି ହଉ କାଲି ପଠେଇ ଦିଅନ୍ତୁ କାମ କଣ ଅଛି କରିଦେବି। ଏଣୁ ଘଟଣାର ତଦନ୍ତ ଓ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି (ସିନିଅର ସିଟିଜେନ୍ସ) ଶ୍ରୀଯୁକ୍ତ ଶିଶିର ଦାସ ଓ ସ୍ଥାନୀୟ ଲୋକେ।
