ମେ୦୧ ରୁ ମେ ୧୩ପର୍ଯ୍ୟନ୍ତ ହେବାକୁ ଥିବା ରକ୍ତ ଦାନ ଶିବିର ର
ନବମ ଦିନରେ ୫୪ୟୁନିଟ ରକ୍ତ ସଂଗୃହୀତ.
ବରଗଡ :୦୯/୦୫(ନି ପ୍ର) ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସମସ୍ତ ରକ୍ତ ଭଣ୍ଡାର ରେ ରକ୍ତ ର ଅଭାବ କୁ କିଛି କାଂଶ ରେ ଦୂର କରିବା ପାଇଁ ଗୁରୁଦେବ ଶ୍ରୀ ଶ୍ରୀ ରବି ଶଙ୍କର ଜି ଙ୍କ ଜନ୍ମ ଦିନ ଅବସରରେ ନିଷ୍ଠା ପରିବାର ଓ ଆର୍ଟ ଅଫ ଲିଭିଙ୍ଗ ପରିବାର ର ମିଳିତ ଆନୁକୁଲ୍ୟରେ ଏକ ତେର ଦିନିଆଁ ରକ୍ତ ଦାନ ଶିବିର ର ଆଜି ନବମ ଦିନରେ ବରଗଡ଼ ଜିଲ୍ଲା ଅତାବିରା ସରକାରୀ ଡାକ୍ତରଖାନା ଠାରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି। ବରେଣ୍ୟ ଅତିଥି ଭାବରେ ଡାକ୍ତର ରବି ନାରାୟଣ ମିଶ୍ର, ଅତାବିରା ୱାର୍ଡ ନମ୍ବର ୦୧ ର କାଉନସିଲର ଦୀପକ ରାୟ, ଆର୍ଟ ଅଫ ଲିଭିଙ୍ଗ ଶିକ୍ଷକ ଗୁଲସନ ଦାଶ, ମନୋରଂଜନ ମିଶ୍ର, ସଞ୍ଜୟ ଅଗ୍ରୱାଲ, ମାନସ ସାହୁ, ଲଲିତ ବାଙ୍କା, ସୁଶୀଲ ବାଗ, ଲୋକନାଥ ସାହୁ ଯୋଗ ଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶିବିର ର ଶୁଭାରମ୍ଭ କରିଥିଲେ।ଏହି ଶିବିର ରୁ ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ #୫୪ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଏହି ଶିବିର କୁ ନିଷ୍ଠା ପରିବାର ଓ ଆର୍ଟ ଅଫ ଲିଭିଙ୍ଗ ର ସଦସ୍ୟ ସଦସ୍ୟା ମାନେ ସୁପରିଚାଳନା କରିଥିଲେ।ସମସ୍ତ ରକ୍ତ ଦାତା, ସହଯୋଗୀ, ଶୁଭେଚ୍ଛୁ ମାନଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ ଓ କୃତଜ୍ଞତା।
