*ଖଡ଼ିଆଳ ତହସିଲ କାର୍ଯ୍ୟାଳୟ ରେ ସ୍ଥାୟୀ ଅତିରିକ୍ତ ତହସିଲଦାର ପ୍ରଦାନ ଦାବୀ ନେଇ ଜିଲ୍ଲାପାଳ ଙ୍କୁ ସାକ୍ଷାତ କଲେ, ଖଡ଼ିଆଳ ଜୁଡ଼ିସିଆଲ ବାର ଏସୋସିଏସନ*
ନୂଆପଡା(ମିଖାଏଲ ନନ୍ଦ)
ତ:୦୭.୦୫.
ନୂଆପଡା ଜିଲ୍ଲା ଖଡ଼ିଆଳ ଜୁଡିସିଆଲ ବାର ଏସୋସିଏସନ ତରଫରୁ ଖଡ଼ିଆଳ ତହସିଲ କାର୍ଯ୍ୟାଳୟ ସ୍ଥାୟୀ ଅତିରିକ୍ତ ତହସିଲଦାର ନିଯୁକ୍ତି ଦାବି କରିଛନ୍ତି। ଆଜି ଜୁଡିସୀଆଲ ବାର ଏସୋସିଏସନ ତରଫରୁ ସଭାପତି ଗିରିଧାରୀ ବିଭାର ଙ୍କ ନେତୃତ୍ୱ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାସଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି। ଖଡ଼ିଆଳ ତହସିଲ କାର୍ଯ୍ୟାଳୟରେ ପ୍ରଶାସନିକ ସେବା ପ୍ରଦାନ ରେ ଅନେକ ଅବହେଳା ସାଙ୍ଗକୁ ସାଟିର୍ଫିକେଟ ପ୍ରଦାନ, ଡିମାର୍କେଶନ, ପ୍ରମାଣ ପତ୍ର ପ୍ରଦାନ ଭଳି ଅନେକ ସେବା କାର୍ଯ୍ୟ ପ୍ରଦାନ ବିଳମ୍ବ ହେଉଅଛି। ଜମି ମାଲିକାନା ପରିବର୍ତ୍ତନ ମଧ୍ୟ ସମସ୍ୟା ସୃଷ୍ଟି ହେଉଅଛି। ସାଧାରଣ ଲୋକେ ଓ ଆଇନଜୀବୀ ମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା କଥା ବାର ପକ୍ଷରୁ ଉଲ୍ଲେଖ କରାଯାଇଛି। ଏନେଇ ତୁରନ୍ତ ଖଡ଼ିଆଳ ରେ ସ୍ଥାୟୀ ଅତିରିକ୍ତ ତହସିଲଦାର ନିଯୁକ୍ତି କରାଯାଇ ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି। ଏହି ଦାବିପତ୍ର ପ୍ରଦାନ ସମୟରେ ବାର ଏସୋସିଏସନ ର ବାର ସଭାପତି ଗିରିଧାରୀ ବିଭାର, ସମ୍ପାଦକ ମନୋରଞ୍ଜନ ରାଉତ, ବରିଷ୍ଠ ଆଇନଯିବି ଭବେଶ ପାଣିଗ୍ରାହୀ, ଯୁଧିଷ୍ଠିର ମେହେର, ସଞ୍ଜୟ ମହାଉତି ତଥା ଅନେକ ଆଇନଜୀବୀ ଉପସ୍ଥିତ ଥିଲେ।
