ରଘୁନାଥପୁର ବ୍ଲକରେ ବିଜେଡି, ବିଜେପି ଗୋଷ୍ଠୀ କନ୍ଦଳ। ଅଡୁଆରେ ସରକାରୀ କର୍ମଚାରୀ।
ରଘୁନାଥପୁର(ନି.ପ୍ର): ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡି ବିଜେପି ଗୋଷ୍ଠୀ କନ୍ଦଳ ଲାଗିଥିବା ବେଳେ ଅଡୁଆରେ ପଡ଼ିଗଲେଣି ସରକାରୀ ବାବୁ ମାନେ, ଯାହାର ନିଚ୍ଛକ ଦୃଶ୍ୟ ଦେଖିବାକୁ ମିଳିଥିଲା ରଘୁନାଥପୁର ବ୍ଲକ ପରିସରରେ। ବୁଧବାର ସକାଳେ ବିଡିଓଙ୍କ କାର୍ଯ୍ୟାଳୟ ମଧ୍ୟରେ ବିଜେଡି ଦଳ ସମର୍ଥିତ ସରପଞ୍ଚ, ସମିତିସଭ୍ଯ, ଜିଲ୍ଲା ପରିଷଦ, ବ୍ଲକ ଅଧ୍ୟକ୍ଷା ଓ ବ୍ଲକ ଉପାଧକ୍ଷ ବସି ସରକାରୀ କାମ କରିବାରେ ବିଳମ୍ବ କାହିଁକି ହେଉଛି ପଚାରୁଥିଲା ବେଳେ ବିଧାୟକ ଙ୍କ ପ୍ରରୋଚନାରେ ବାହାରେ ବିଜେପି ର ଜଣେ ଅଧେ କାର୍ଯ୍ୟକର୍ତ୍ତା ବ୍ଲକ ପ୍ରଶାସନ ଆମ କଥା କିଛି ଶୁଣୁ ନାହାଁନ୍ତି ବୋଲି ଗଣ ମାଧ୍ୟମ ଆଗରେ କହୁଥିବା ଘଟଣା ବୁଦ୍ଧିଜିବୀ ମହଲରେ ଆଲୋଚନାର ବିଷୟ ପାଲଟି ଥିଲା। ବ୍ଲକ ଉପାଧକ୍ଷ ଗୋଷ୍ଠୀ ଓ ନିଲମ୍ବିତ ବିଧାୟକ ଙ୍କ କିଛି ହାତ ଗଣତି ଗୋଷ୍ଠୀ ଙ୍କ ଏଭଳି ବିବାଦରେ ସରକାରୀ କର୍ମଚାରୀ ମାନଙ୍କ କାର୍ଯ୍ୟ ଏକ ପ୍ରକାର ଠପ଼୍ ହୋଇ ଯାଇଥିଲା । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ତିର୍ତ୍ତୋଲ ବିଧାୟକ ବିଜେଡି ଦଳରୁ ନିର୍ବାଚିତ ହୋଇଥିବା ବେଳେ ରାଜ୍ୟସଭା ନିର୍ବାଚନ ବେଳେ ବିଜେଡି ପ୍ରାର୍ଥୀ ଙ୍କୁ ସମର୍ଥନ ନ କରି ବିଜେପି ପ୍ରାର୍ଥୀଙ୍କ ନିକଟରେ ବିକ୍ରି ହୋଇଯିବା ପରେ ବିଜେଡ଼ି ଦଳ ସୁପ୍ରିମୋ ଦଳରୁ ବହିଷ୍କାର କରିଛନ୍ତି। ତିର୍ତ୍ତୋଲ ବିଧାୟକ ବିଜୟ ଲାଭ ପରେ ବିଜେଡି ନେତା, କର୍ମୀ ମାନଙ୍କୁ ଧରି ଶାସକ ଦଳ ବିରୁଦ୍ଧରେ ବିଭିନ୍ନ ଟିପ୍ପଣୀ ଦେଇ ଆନ୍ଦୋଳନ କରୁଥିବା ବେଳେ ବର୍ତ୍ତମାନ ଦଳରୁ ନିଲମ୍ବିତ ପରେ ପୋଲିସ ସୁରକ୍ଷା ବଳରେ ଲୁଚି ଛପି ଯିବା ଘଟଣା ତାଙ୍କ ରାଜନୈତିକ ଭବିଷ୍ୟତ କୁ ଅନ୍ଧାର ଆଡକୁ ଠେଲି ଦେଇଛି। ଆଗାମୀ ଦିନରେ ସେ ଆଉ କେଉଁ ଦଳ ପାଇଁ ଯୋଗ୍ୟ ପ୍ରାଥୀ ଭାବେ ଦାବି କରି ପାରିବେ ନାହିଁ l ବ୍ଲକ କାର୍ଯ୍ୟାଳୟ ଭିତରେ କିଛି ବିଜେପି କର୍ମୀ ମାନଙ୍କୁ ଡକାଇ ଯେଉଁ ମିଥ୍ୟା ବିବୃତ୍ତି ଦେଇ ବ୍ଲକ ପ୍ରଶାସନକୁ ଅଡୁଆରେ ପକାଇବାକୁ ଅପଚେଷ୍ଟା କରିଛନ୍ତି ବିଧାୟକ ସେଥିରେ ସଫଳ ହୋଇପାରିବେ ନାହିଁ, କାରଣ ଏହି ଅଭିଯୋଗ କାରୀ ମାନଙ୍କ ସହିତ ସେପରି କେହି ବିଜେପି ଦଳର ମୁଣ୍ଡିଆଳ ନେତା ବା କାର୍ଯ୍ୟ କର୍ତ୍ତା ନଥିଲେ କିନ୍ତୁ ପରୋକ୍ଷରେ ସରକାରୀ କାର୍ଯ୍ୟ ସବୁ ଠପ ହୋଇଯିବ। ସରକାରୀ ଦଳ କର୍ମୀ ହୋଇ ପ୍ରଶାସନ ବିରୁଦ୍ଧରେ ମନ୍ତବ୍ୟ ଦେବା ଘଟଣା ବୋଧେ ବିଜେପି ନେତା ଓ କର୍ମୀ ମାନଙ୍କ ରାଜନୈତିକ ମନୋଭାବ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ସେମାନଙ୍କ ଗୁହାରି ବ୍ଲକ ପ୍ରଶାସନ ଶୁଣୁ ନଥିବା ବେଳେ ଆଗାମୀ ପଞ୍ଚାୟତ ନିର୍ବାଚନ ବେଳକୁ ବିଜେପି ନେତା ମାନଙ୍କ ସ୍ଥିତି ଯେ କଣ ହେବ ଏହି ଆନ୍ଦୋଳନ ଘଟଣା ରୁ ବାରି ହୋଇପଡୁଥିଲା। ଏ ସମ୍ପର୍କରେ ଆମ ପ୍ରତିନିଧି ବିଡିଓ ବିରଞ୍ଚି ନାରାୟଣ ବେହେରାଙ୍କୁ ପଚାରିବାରୁ ସେ କହିଥିଲେ ଯେ ପଞ୍ଚାୟତ ପ୍ରତିନିଧି ମାନେ ମୋତେ ଭେଟି ସରକାରୀ କାମ ଗୁଡ଼ିକ ଯଥା ଶୀଘ୍ର କରିବାକୁ ପରାମର୍ଶ ଦେଇଥିଲେ ଓ ଆଗାମୀ ଦିନରେ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ଆମ କାର୍ଯ୍ୟ ଗୁଡିକ ସମାପନ କରିବାକୁ ଦାବି ଜଣାଇଥିଲେ। ବିଜେପି କର୍ମକର୍ତ୍ତା ବ୍ଲକ ପ୍ରଶାସନ ବିରୁଦ୍ଧରେ ଯେଉଁ ଟିପ୍ପଣୀ ରଖିଛନ୍ତି ତାହା ଯୁକ୍ତି ସଙ୍ଗତ ନୁହେଁ। ଜନସାଧାରଣଙ୍କ ସମସ୍ତ ସମସ୍ୟା ସରକାରୀ ଅଧିକାରୀ ମାନେ ଶୁଣି ଭଲରେ କାମ କରୁଥିବା ସମୟରେ ଏଭଳି ମିଥ୍ୟା ଆରୋପ କରିବା ଉଚିତ୍ ନୁହଁଇ i ବ୍ଲକ କାର୍ଯ୍ୟାଳୟ ମଧ୍ୟରେ କାଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ ଅବସ୍ଥାକୁ ଚାଲି ଆସିବେ ସେ ନେଇ ରଘୁନାଥପୁର ଥାନା ପୋଲିସ ପକ୍ଷରୁ ଯଥେଷ୍ଟ ସତର୍କତା ଅବଲମ୍ବନ କରାଯାଇ ସୁରକ୍ଷା ବ୍ୟବସ୍ଥା ପ୍ରଦାନ ଯାଇଥିଲା। ଆଗାମୀ ଦିନରେ ଏହି ଆରୋପ, ମିଥ୍ୟା ଆରୋପ ଲାଗିରହିଲେ ପଞ୍ଚାୟତ ନିର୍ବାଚନ ବେଳକୁ ସରକାରୀ ଦଳ ପ୍ରାର୍ଥୀ ମାନଙ୍କ ଉପରେ ପ୍ରଭାବ ପକାଇବ । ବାହାରୁ ଶୁଣିବାକୁ ମିଳୁଛି ଯେ ଭିତିରିଆ ପଞ୍ଚାୟତ ନିର୍ବାଚନ ଦାୟିତ୍ଵ ନେବା ପାଇଁ ଆଶାୟୀ ଥିବା ନିଲମ୍ବିତ ବିଧାୟକ୍ ଙ୍କ ସମର୍ଥକ ଗୋଷ୍ଠୀ ଏବଂ ବିଜେପି ଦଳ ପରାଜିତ ପ୍ରାଥୀ ଙ୍କ ଗୋଷ୍ଠୀ ମଧ୍ୟରେ ଖଣ୍ଡ ଯୁଦ୍ଧ ହେଲେ ବିଜେଡ଼ି ଦଳ ଫାଇଦା ଉଠାଇ ବ୍ଲକ କୁ ଦଖଲ କରି ନେବ ଏଥିରେ ସନ୍ଦେହ ନାହିଁ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ବିଜେପି ସ୍ଥିତି କୁଆଡେ ଅଦୃଶ୍ୟ ହୋଇ ଯାଉଛି ତାହା ଯଥେଷ୍ଟ ସମ୍ଭାବନା ସ୍ରୁଷ୍ଟି କଲାଣି।
