ବୋଡକ ବିଦ୍ୟାଳୟର ଆଦର୍ଶ ଭାରପ୍ରାପ୍ତପ୍ରଧାନଶିକ୍ଷକ ବିନୋଦ ବିହାରୀ ଜେନାଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା
ଵନ୍ତ ଭଞ୍ଜଦୁତ (ନିପ୍ର) :ବନ୍ତ ବ୍ଳକର ଓଡଙ୍ଗ ପଞ୍ଚାୟତ ଓଡଙ୍ଗ ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନସ୍ଥ ସରକାରୀ ବୋଡକ ଉ.ପ୍ରା( ମ.ଇ ) ବିଦ୍ୟାଳୟର ଆଦର୍ଶ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ବିନୋଦ ବିହାରୀ ଜେନାଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ମଙ୍ଗୁଲି ବିଦ୍ୟାଳୟ ପ୍ରଧାନଶିକ୍ଷକ ରମାକାନ୍ତ ରାଉତଙ୍କ ସଭାପତିତ୍ବ ବୋଡକ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବାରିଆଲ୍ ଟୁଡୁଙ୍କ ମଞ୍ଚସଞ୍ଚଳନରେ ମୁଖ୍ୟଅତିଥି ବନ୍ତ ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ହରେକୃଷ୍ଣ ଆପଟ, ମୁଖ୍ୟବକ୍ତା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷାବିତ୍ ଭାସ୍କର ଚନ୍ଦ୍ର ପାଢ଼ୀ, ସମ୍ମାନୀତ ଅତିଥି ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷାବିତ୍ ଅଲେଖ ଚନ୍ଦ୍ର ନାୟକ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପରମେଶ୍ଵର ପୃଷ୍ଟି, ସ୍ଥାନୀୟ ସରପଞ୍ଚ ଲକ୍ଷ୍ମୀପ୍ରିୟା ଦାସ, ସମିତିସଭ୍ୟା ରଜନୀ ଜେନା, ଜିଲ୍ଲା ଅଲୋଷ୍ଟା ସମ୍ପାଦକ ଗୟାଧର ଦାଶ, ଧର୍ମେନ୍ଦ୍ର ନାରାୟଣ ଜେନା, ସୁକାନ୍ତ କୁମାର ବେହେରା, ଶୁଭେନ୍ଦୁ ବିଶ୍ଵାଳ, ନିରଞ୍ଜନ ବେହେରା, ପ୍ରାଥମିକ ବିଦ୍ୟାଳୟ ମୋ ସ୍କୁଲ ସଭାପତି ଶଶିକାନ୍ତ ଘଡାଇ, ମ.ଇ ବିଦ୍ୟାଳୟ ମୋ ସ୍କୁଲ ସଭାପତି ନିରଞ୍ଜନ ବେହେରା, ମ.ଇ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୋମନାଥ ଓଝା, ପ୍ରାଥମିକ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶଶିକାନ୍ତ ବେହେରା, ସମାଜସେବୀ ରାଜକିଶୋର ସ୍ବାଇଁ, ଅଭୟ କୁମାର ସ୍ବାଇଁ, ଶିକ୍ଷାବିତ୍ ମାଧବ ଚନ୍ଦ୍ର ବେଦୀ, ରତ୍ନାକର ନାୟକ, ଭାସ୍କର ଚନ୍ଦ୍ର ବିଶ୍ଵାଳ, ପ୍ରେମଲତା ଜେନା, ହରିହର ପାଣିଗ୍ରାହୀ, କୈଳାଶ ଚନ୍ଦ୍ର ଦାସ, ପଦ୍ମନାଭ ଗିରି, ନବନିତା ନନ୍ଦୀ, ସ୍ନିଗ୍ଧା ନାୟକ, ଅନୀମା ଦାସ, ପ୍ରହଲ୍ଲାଦ ଜେନା, ପ୍ରଫୁଲ୍ଲ ଚନ୍ଦ୍ର ଜେନା, ପ୍ରଫୁଲ୍ଲ ଚନ୍ଦ୍ର ପୁହାଣ ପ୍ରମୁଖ ଅତିଥି ଯୋଗଦେଇ ଅବସର ନେଉଥିବା ଆଦର୍ଶ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ବିନୋଦ ବିହାରୀ ଜେନା ଜଣେ ଉଚ୍ଚ କୋଟୀର ଶିକ୍ଷାଦାନ କରୁଥିବା ଆଦର୍ଶ ଶିକ୍ଷକ ଏହା ସହିତ ତାଙ୍କ ଶିକ୍ଷକତା ଜୀବନରେ ତାଙ୍କ ଶିକ୍ଷାଦାନରେ ଅନେକ ଛାତ୍ର ଛାତ୍ରୀ ବର୍ତ୍ତମାନ ବହୁ ଉଚ୍ଚ ପଦାଧିକାରୀରେ ଅବସ୍ଥିତ ଅଛନ୍ତି ବୋଲି କହିଥିଲେ। ପ୍ରାରମ୍ଭରେ ଅତିଥି ଜଗତର ନାଥ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଛାତ୍ର ଛାତ୍ରୀଙ୍କୁ ଦ୍ଵାରା ସ୍ବାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା। ଶିକ୍ଷକ ସୂର୍ଯ୍ୟମଣି ଜେନା ଅତିଥି ପରିଚୟ ଶିକ୍ଷୟତ୍ରି ପ୍ରତିମା ରାଣୀ ପାତ୍ର ଧନ୍ୟବାଦ୍ ଅର୍ପଣ ପ୍ରଦାନ କରିଥିବା ବେଳେ ଶିକ୍ଷୟତ୍ରି ସୁଶ୍ରୀଶୁଭଦର୍ଶନୀ ଜେନା ମାନପତ୍ର ପଠନ କରିଥିଲେ। ଅଲେଖ ବାରିକ୍, ଦୁର୍ଯ୍ୟଧନ ପତି, ରମେଶ ବାରିକ୍, ବିକାଶ ସ୍ବାଇଁ, ରମେଶ ରାଉତ, ଶରତ ବାରିକ୍, ରାଜୀବ ଲୋଚନ ଜେନା, ସୁବ୍ରତ ସ୍ୱାଇଁ, ଅଭିରାମ ସ୍ବାଇଁ, ସମେତ ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନରେ ସମସ୍ତ ଶିକ୍ଷକ /ଶିକ୍ଷୟତ୍ରୀ ସମେତ, ପରିଚାଳନା କମିଟି ସଦସ୍ୟ ସଦସ୍ୟା,ଅଭିଭାବକ, ଗ୍ରାମବାସୀ ଓ ଛାତ୍ର ଛାତ୍ରୀ ସହଯୋଗ କରିଥିଲେ। ଛାତ୍ର ଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
