ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକରେ ଜଣେ ଶିକ୍ଷକ ଭରସାରେ ପ୍ରଥମ ରୁ ପଞ୍ଚମ ଯାଏ ଜଣେ ଶିକ୍ଷକ , ଶିକ୍ଷା ବ୍ୟବସ୍ଥା କୁ ନେଇ ଉଠିଲା ବଡ଼ ପ୍ରଶ୍ନ
ଗୋଟିଏ ବିଦ୍ୟାଳୟ, ପ୍ରଥମରୁ ପଞ୍ଚମ ଶ୍ରେଣୀ… ହେଲେ ଶିକ୍ଷକ ମାତ୍ର ଜଣେ ! ଏଭଳି ଶିକ୍ଷା ବ୍ୟବସ୍ଥାକୁ ନେଇ ଅଭିଭାବକ ଓ ଅଞ୍ଚଳବାସୀଙ୍କ ଚିନ୍ତା ବଢ଼ିଛି । ସାରସକଣା ବ୍ଲକର ସରକାରୀ ପ୍ରାଥମିକ ବିଦ୍ୟାଳୟ, ବାଙ୍କୀଷୋଳରେ ଏଇଳି ସ୍ଥିତି ଥିବା ଅଭିଯୋଗ ସାମ୍ନାକୁ ଆସିଛି। ଶିକ୍ଷକ ଜଣେ, ଶ୍ରେଣୀ ଗୃହ ଏକାଧିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ପାଠ ପଢୁଛନ୍ତି । ଏହି ସମସ୍ତ ଶ୍ରେଣୀର ଦାୟିତ୍ଵ ମାତ୍ର ଜଣେ ଶିକ୍ଷକଙ୍କ ଉପରେ ରହି ଥିବା ଅଭିଯୋଗ ହୋଇଛି । ଫଳରେ ଏକାଧିକ ଶ୍ରେଣୀର ପିଲାଙ୍କୁ ଏକାଠି ବସାଇ ପାଠ ପଢ଼ାଇବାକୁ ପଡ଼ୁଥିବା କୁହାଯାଉଛି। ଏଭଳି ବ୍ୟବସ୍ଥାରେ ପ୍ରତ୍ୟେକ ଶ୍ରେଣୀର ସମ୍ଭବ ହେଉନାହିଁ। ଗୋଟିଏ ପଟେ ଛୋଟ ପିଲାଙ୍କ ପାଠପଢ଼ା, ଅନ୍ୟପଟେ ବଡ଼ ଶ୍ରେଣୀର ପିଲାଙ୍କ ପାଠ। ସବୁକିଛି ଏକା ଶିକ୍ଷକଙ୍କ ଉପରେ । ଏହାର ସିଧା ପ୍ରଭାବ ପିଲାମାନଙ୍କ ଶିକ୍ଷା ଉପରେ ପଡ଼ିବା ନେଇ ଅଭିଭାବକମାନେ ଆଶଙ୍କା କରିଛନ୍ତି। ଶିକ୍ଷକ ବାହାରକୁ ଗଲେ ରୋଷେୟା ସମ୍ଭାଳୁନ୍ତି ବିଦ୍ୟାଳୟ । ସବୁଠାରୁ ବଡ ପ୍ରଶ୍ନ ହେଉଛି — ଏକମାତ୍ର ଶିକ୍ଷକ ଯଦି ବ୍ଲକ କାର୍ଯ୍ୟାଳୟ କିମ୍ବା ଅନ୍ୟ କୌଣସି ସରକାରୀ କାମରେ ଯାଆନ୍ତି, ତେବେ ସେଦିନ ପିଲାଙ୍କୁ ପାଠ କିଏ ପଢ଼ାଇବ ? ବିଦ୍ୟାଳୟରେ ଆଉ କୌଣସି ଶିକ୍ଷକ ନଥିଲେ ଏକମାତ୍ର ଶିକ୍ଷକଙ୍କ ଅନୁପସ୍ଥିତିରେ ପାଠପଢ଼ା ସମ୍ପୂର୍ଣ୍ଣ ପ୍ରଭାବିତ ହେବା ସ୍ଵାଭାବିକ। ଏଭଳି ସ୍ଥିତିରେ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନକୁ ନେଇ ବିଭାଗୀୟ ଅଧିକାରୀମାନେ କି ପଦକ୍ଷେପ ନେଉଛନ୍ତି ଏବେ ଚର୍ଚ୍ଚାରେ। ଆଦିବାସୀ ଅଞ୍ଚଳର ପିଲା, ହେଲେ ଶିକ୍ଷକ ଅଭାବ ବାଙ୍କୀଷୋଳ ସରକାରୀ ବିଦ୍ୟାଳୟରେ ପଢୁଥିବା ପିଲାମାନେ ହେଉଛନ୍ତି ଆଦିବାସୀ ସମ୍ପ୍ରଦାୟର ବୋଲି ଜଣାପଡ଼ିଛି । ତେବେ
ସରକାର ଶିକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ଆବଶ୍ୟକ ଥିବାବେଳେ ଜଣେ ଶିକ୍ଷକଙ୍କ ଭରସାରେ ଏତେଗୁଡ଼ିଏ ଶ୍ରେଣୀ ଚାଲିବା ଘଟଣା
ଅଭିଭାବକ ମନରେ ଚିନ୍ତା ବଢ଼ାଇଛି ।ପ୍ରାଥମିକ ଶିକ୍ଷା ହେଉଛି ପିଲାଙ୍କ ଭବିଷ୍ୟତର ମୂଳଦୁଅ। ଏହି ସମୟରେ ଯଦି ଠିକ୍ ? ଭାବରେ ପାଠପଢ଼ା ନହୁଏ, ତେବେ ପରବର୍ତ୍ତୀ ଶ୍ରେଣୀରେ ଏହାର ପ୍ରଭାବ ପଡ଼ିବା ଆଶଙ୍କା ରହିଛି। ସରକାର ଗୁଣାତ୍ମକ ଶିକ୍ଷା, ଓ ପିଲାଙ୍କ ସର୍ବାଙ୍ଗୀଣ ବିକାଶ କଥା କହୁଛନ୍ତି । କିନ୍ତୁ ବାଙ୍କୀଶୋଳ ଭଳି ଅଞ୍ଚଳରେ ଯଦି ଜଣେ ଶିକ୍ଷକଙ୍କ ଭରସାରେ ଏକାଧିକ ଶ୍ରେଣୀ:ଚାଲେ, ତେବେ ସେହି ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥାର ବାସ୍ତବ ଚିତ୍ର କଣ— ଏହା ଏବେ ବଡ଼ ପ୍ରଶ୍ନ । ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନିଯୁକ୍ତ କରି ପାଠପଢ଼ା ବ୍ୟବସ୍ଥାକୁ ସୁଧାରିବାକୁ ଅଭିଭାବକ ଓ ଅଞ୍ଚଳବାସୀ ଦାବି କରିଛନ୍ତି । ପିଲାମାନଙ୍କ ଭବିଷ୍ୟତକୁ ନେଇ ଅବହେଳା ନକରି ଶିକ୍ଷା ବିଭାଗ ତୁରନ୍ତ ଏହି ସମସ୍ୟାର ସମାଧାନ କରୁ ବୋଲି ଦାବି ହୋଇଛି । ଏହା କେବଳ ଶିକ୍ଷକ ଅଭାବ ନୁହେଁ, ପିଲାଙ୍କ ଭବିଷ୍ୟତ ଶିକ୍ଷାକୁ ନେଇ ଏକ ବଡ଼ ପ୍ରଶ୍ନ। ଏବେ ଶିକ୍ଷା ବିଭାଗ କେବେ ଚେତିବ, ତାହା ଉପରେ ନଜର। ତେବେ ଘଟଣା ସ୍ଥଳରେ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ମଙ୍ଗଲ ଚରଣ ସିଂ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁମନ୍ତ କୁମାର ନାଏକ ଖୁବଶୀଘ୍ର ଶିକ୍ଷକ ନିଯୁକ୍ତି ଦେବେ ବୋଲି କହିବା ପରେ ପରିସ୍ଥିତିରେ ସୁଧାର ଆସିଛି ।
ମୟୂରଭଞ୍ଜରୁ ମୋନାଲୀ ସାହୁଙ୍କ ରିପୋର୍ଟ ଭଞ୍ଜଦୂତ ଖବର
