*ବିଦ୍ୟାଳୟର ଶତପ୍ରତିଶତ ସଫଳତା ପାଇଁ ଶିକ୍ଷକଙ୍କୁ ପରିଚାଳନା କମିଟି ଓ ଅଭିଭାବକ ପକ୍ଷରୁ ଶୁଭେଚ୍ଛା l*
ବନ୍ତଭଞ୍ଜଦୁତ (ନିପ୍ର):ବନ୍ତ ବ୍ଲକ ଛୟାଳସିଂହ ପଞ୍ଚାୟତ ବରହମପୁର ସ୍ଥିତ ବରଜୁ ପୁରୁଷୋତ୍ତମ ଉଚ୍ଚ ବିଦ୍ୟାଳୟରେ କିଛି ଦିନ ତଳେ ପ୍ରକାଶିତ ମେଟ୍ରିକ୍ ପରୀକ୍ଷାରେ ଉକ୍ତ ବିଦ୍ୟାଳୟର ୪୩ ଜଣ ଛାତ୍ର ଛାତ୍ରୀ ଭଲ ନମ୍ୱର୍ ରଖି ଉତ୍ତୀର୍ଣ୍ଣ ହୋଇଥିବା ବେଳେ ବିଦ୍ୟାଳୟରେ ଶତପ୍ରତିଶତ ପାସହାର ହୋଇଛି।ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଆନନ୍ଦ କୁମାର ରାଉତ୍, ସହକାରୀଶିକ୍ଷକ ପଞ୍ଚାନନ ସାହୁ, ଶରତ କୁମାର ପାଣିଗ୍ରାହୀ, ଜୟନ୍ତୀ ଦାସ, ବୀରଭଦ୍ର ପଣ୍ଡାଙ୍କ କଠିନ ପରିଶ୍ରମ ଫଳରେ ସମସ୍ତ ପିଲାଭଲ ମାର୍କ ରଖିଥିବାରୁ ଅଭିଭାବକ ଓ ପରିଚାଳନା କମିଟି ପକ୍ଷରୁ ଶିକ୍ଷକଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଧନ୍ୟବାଦ୍ ଜଣାଇଛନ୍ତି। ଉକ୍ତ ବିଦ୍ୟାଳୟର ସିଦ୍ଧାନ୍ତ ଘଡାଇ ୮୩.୧୬% ସାନ୍ତୋନୁ ଦାସ ୮୦% ମଧୁସ୍ମିତା ସାହୁ ୭୮.୧% ନମ୍ବର ରଖିଥିବା ବେଳେ ସମସ୍ତ ଛାତ୍ର ଛାତ୍ରୀ ଭଲ ନମ୍ୱର୍ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି।ଛାତ୍ର ଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ କାମନା କରି ଭଲ ପାଠ ପଢି ଭଲ ମଣିଷ ହେବା ପାଇଁ ବିଦ୍ୟାଳୟ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ କହିଥିଲେ।
