ଏ ୧ରେ ଉତ୍ତୀର୍ଣ୍ଣ ସୌମ୍ୟରଂଜନ ସାହୁl
ବନ୍ତ,ଭଞ୍ଜଦୁତ (ନିପ୍ର) ଚଳିତ ମାଟ୍ରିକ ପରୀକ୍ଷାରେ ଗୋପିନାଥପୁର ଗୋପିନାଥ ଜୀଉ ହାଇସ୍କୁଲ ଛାତ୍ର ସୌମ୍ୟରଞ୍ଜନ ସାହୁ ୫୪୦ ନମ୍ବର ରଖି ଏ ୧ ଗ୍ରେଡ଼ରେ ଉତ୍ତୀର୍ଣ୍ଣ ହୋଇଛନ୍ତି । କମଳାକାନ୍ତ ସାହୁ ଓ ଜ୍ୟୋସ୍ନା ଙ୍କର ବଡ଼ ପୁଅ ସୌମ୍ୟରଂଜନ ଭବିଷ୍ୟତରେ ଇଂଜିନିୟର ହେବାକୁ ଲକ୍ଷ୍ୟ ରଖିଛନ୍ତି । ସେହି ହାଇସ୍କୁଲର ଛାତ୍ର ତଥା ଶିବପ୍ରସାଦ ସାହୁ ଓ ସବିତାଙ୍କ ପୁଅ ସଂଜୟ ୫୨୫ ନମ୍ବର ରଖିଛନ୍ତି । ସେ ଭବିଷ୍ୟତରେ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଛନ୍ତି । ଟ୍ୟୁସନ ଶିକ୍ଷକ ସୁଶାନ୍ତ ଦାସଙ୍କୁ ଉଭୟ ଛାତ୍ର ନିଜ ନିଜ ସଫଳତାର ଶ୍ରେୟ ଦେଇଛନ୍ତି ।
