*ଓଡିଶା ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ମନ୍ତ୍ରୀ ଡଃ. କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କୁ ବିଜେପି ଯୁବନେତା ଅଭିନନ୍ଦନ ପଣ୍ଡା ସାକ୍ଷାତ, ବିଭିନ୍ନ ଦାବୀ ଉପସ୍ଥାପନ କରି ସଦର ଏନ ଏ ସି ଉନ୍ନତି ପାଇଁ ଦାବୀ ଉପସ୍ଥାପନ*
ନୂଆପଡା(ମିଖାଏଲ ନନ୍ଦ)
ତା:୦୪.୦୫.
ଓଡିଶା ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ମନ୍ତ୍ରୀ ଡଃ. କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ସରକାରୀ ବାସଭବନରେ ସୌଜନ୍ୟମୂଳକ ସାକ୍ଷାତ କରି ନୂଆପଡା ବିଜ୍ଞାପିତ ଅଞ୍ଚଳର ବିକାଶ ପାଇଁ ବିଭିନ୍ନ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି। ପ୍ରସ୍ତାବଗୁଡିକୁ ଦେଖି ନିର୍ଭର ପ୍ରତିଶୃତି ଦେଇଛନ୍ତି ଏହା ଉପରେ ସବିଶେଷ ବିଚାର କରି ଶିଘ୍ର କାର୍ଯ୍ଯକାରୀ କରିବା ପାଇଁ, ଆହ୍ୱାନ କରିଛନ୍ତି।ଚଳିତ ବଜେଟରେ ଘୋଷିତ ସ୍ମାର୍ଟ ସିଟି ପ୍ରକଳ୍ପ ଅଧୀନରେ ନୂଆପଡା ଏନଏସିକୁ ଅନ୍ତର୍ଭୁକ୍ତ, ସହରର ଚାରି ଦିଗରେ ସ୍ୱାଗତ ଦ୍ୱାର ନିର୍ମାଣ,ନୂଆପଡ଼ା ବିଜ୍ଞାପିତ ଅଞ୍ଚଳ ମଧ୍ୟରେ ଏକ ଟାଉନ ହଲ୍ ନିର୍ମାଣ,ତେଲିପଡା ପୋଖରୀର ସୋନ୍ଦର୍ଯ୍ୟକରଣ,ଗାନ୍ଧୀ ଉଦ୍ୟାନକୁ ଏକ ସ୍ମାର୍ଟ ପାର୍କରେ ପରିଣତ, ଜିଲ୍ଲାପାଳଙ୍କ କ୍ୟାମ୍ପସରେ ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ। ୱାର୍ଡ ନମ୍ବର ୩ (ହନୁମାନ ମନ୍ଦିର ) ଠାରେ ଏକ ଭେଣ୍ଡିଂ ଜୋନ୍-କମ-ଫୁଡ୍ ପାର୍କ ନିର୍ମାଣ ନୂଆପଡ଼ା ବିଜ୍ଞାପିତ ଅଞ୍ଚଳ ଦେଇ ଯାଇଥିବା ଏନ ଏଚ ୩୫୩ ଏବଂ ବିଜୁ ଏକ୍ସପ୍ରେସୱେରେ ଡିଭାଇଡର ଗୁଡ଼ିକର ସୌନ୍ଦର୍ଯ୍ୟକରଣ।ସହରର ଯାତାୟାତକୁ ସହଜ କରିବା ଦାବିଉପସ୍ଥାପନା।
