ଚାଷୀ ସଚେତନତା ସମାବେଶ
ବରଗଡ଼/ବରପାଲି : ୦୪.୦୫.(ନି ପ୍ର ) କୁମ୍ଭାରୀ ଧାନ ମଣ୍ଡିରେ ଗୁଣନିଧି ପଧାନ ଙ୍କ ସଭାପତିତ୍ୱ ରେ ଚାଷୀ ସଚେତନତା ସମାବେଶ ଅନୁଷ୍ଠିତ ହୋଇଯାଇଛି। କୁମ୍ଭାରୀ ମଣ୍ଡିରେ ତିନିବର୍ଷ ପୂର୍ବରୁ କୌଣସି ବିଶେଷ ସୁବିଧା ନ ଥିଲା। ଦଲାଲ ମାନଙ୍କ ଦ୍ୱାରା ଚାଷୀମାନଙ୍କୁ ଆର୍ଥିକ ଶୋଷଣ ହେବା ସହିତ ଧାନ ବିକ୍ରି ପାଇଁ ଅନେକ ସମସ୍ୟା ଭୋଗିବାକୁ ପଡୁଥିଲା। ଚାଷୀମାନେ ଏକତ୍ରିତ ହୋଇ ଅନେକ ଆଲୋଚନା ପର୍ଯ୍ୟାଲୋଚନା ପରେ କୃଷକ କମିଟି ଗଠନ କରି ସମସ୍ତେ ଦଲାଲ ମୁକ୍ତ ଆଦର୍ଶ ମଣ୍ଡି ଗଢ଼ିତୋଳିବା ପାଇଁ ସଂକଳ୍ପ ନେଇଥିଲେ। ବର୍ତ୍ତମାନ ଟୋକନ ଲାପ୍ସ ହେବା, ଧାନ ବିକ୍ରୀରୁ ବଞ୍ଚିତ ହେବା ଘଟଣା ଆଉ ମଣ୍ଡିରେ ଦେଖିବାକୁ ମିଳୁନାହିଁ। କୌଣସି ଗୋଟିଏ ଚାଷୀର ଅସୁବିଧା ହେଲେ ସଂଗଠନ ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନେଉଛି । ସେଥିପାଇଁ ଏତେ ବଡ ମଣ୍ଡିରେ ଯେଉଁଠି ୪୦ ହଜାର ରୁ ଉର୍ଦ୍ଧ୍ୱ କ୍ୟୁଣ୍ଟାଲ ଧାନ ବିକ୍ରି କରୁଛନ୍ତି ହେଲେ ଅସନ୍ତୋଷ୍ଟ ପରିଲକ୍ଷିତ ହେଉନାହିଁ। ତଥାପି ମଣ୍ଡିରେ ଅନେକ ସମସ୍ୟା ଥିବା ବୈଠକ ରେ ଆଲୋଚନା ହୋଇଥିଲା। ମଣ୍ଡିରେ ପାଚେରୀ ନାହିଁ ଏବଂ ଆବଶ୍ୟକ ଧାନ ରଖିବା ପାଇଁ କଭରସେଟ, ପିଣ୍ଢୀ ବା ଗୋଦାମ ଗୃହ ନାହିଁ ଫଳରେ ଧାନ ଅସଂରକ୍ଷିତ ଭାବରେ ପଢୁଛି ଏବଂ ବର୍ଷା ହେଲେ ନଷ୍ଟ ହେବାର ଅନେକ ସମ୍ଭାବନା ଥାଏ।ମଣ୍ଡି ଚଳିତ ବର୍ଷ କିଛି କାମ ଆସିଅଛି ଏବଂ ତାହା ନିର୍ମାଣ ଧାନ ଅବସ୍ଥାରେ ଅଛି। ରବି ଋତୁ ଧାନ କେମିତି ଓ କିପରି ସୁରୁଖୁରୁରେ ବିକ୍ରି କରିପାରିବେ ସେହି ପ୍ରସଙ୍ଗରେ ଆଲୋଚନା ହେଲେ। ଏହି ସଭାରେ ସଂଯୁକ୍ତ କୃଷକ ସଂଗଠନର ଉପଦେଷ୍ଟା ରମେଶ ମହାପାତ୍ର, ସୁରେଶ ନିକେଣ୍ଟି, ବରପାଲି କୃଷକ ସଂଗଠନ ସଭାପତି କାରଣ ସାହୁ, ତୁଳଣ୍ଡି ମଣ୍ଡିର ସଭାପତି ବନବାସ ପଧାନ ସମେତ ଗ୍ରାମର ତେଜରାଜ ବେହେରା, କୃଷ୍ଣଚନ୍ଦ୍ର ଭୋଇ, ଜୟପ୍ରତାବ ସାହୁ, ଡମ୍ବରୁଧର ପଧାନ, ମାଖନୁ ସାହୁ, ହୃଷିକେଶ ବାରିକ, ନିରଞ୍ଜନ ସାହୁ, ବିଦ୍ୟାଧର ସାହୁ, ଆଲ୍ଲାଦିନୀ ମାଝୀ, ସୋମନାଥ ପଧାନ, ଘନ ସାହୁ, ଡୋଳାମଣି ସାହୁ ଏବଂ ରାଧେଶ୍ୟାମ ନାୟକ ସମେତ ଶହଶହ ଚାଷୀ ବୈଠକରେ ଯୋଗ ଦେଇଥିଲେ
