
*ନୀଳମଣି କଲେଜରେ ରୋଭର୍ ଓ ରେଞ୍ଜର ତାଲିମ କାର୍ଯ୍ୟକ୍ରମ*
*——————————–*
ବାଲେଶ୍ଵର : ୧୬/୫ : ସଦର ବ୍ଲକ ଅନ୍ତର୍ଗତ ରୂପସାସ୍ଥିତ ନୀଳମଣି ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଓଡ଼ିଶା ଭାରତ ସ୍କାଉଟ୍ ଓ ଗାଇଡ୍ ପ୍ରଯୋଜିତ ରୋଭର ଓ ରେଞ୍ଜର ସ୍ୱେଚ୍ଛାସେବୀ ମାନଙ୍କ ପାଇଁ ଗ୍ରୀଷ୍ମକାଳୀନ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ତପନ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ସ୍ୱେଚ୍ଛାସେବୀ ମାନଙ୍କୁ ସହନଶୀଳ ଓ ପରୋପକାରୀ ହେବାକୁ ପରାମର୍ଶ ପ୍ରଦାନ କରିଥିଲେ । ରୋଭର ଲିଡର ଅଧ୍ୟାପକ ପ୍ରଶାନ୍ତ ସିଂ କାର୍ଯ୍ୟକ୍ରମର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ରେଞ୍ଜର ଲିଡର ଅଧ୍ୟାପିକା ରଶ୍ମିତା ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ପ୍ରାଧ୍ୟାପିକା କଳ୍ପନା ମଞ୍ଜରୀ ପାତ୍ର, ପ୍ରାଧ୍ୟାପକ ସରୋଜ କୁମାର ପାଣି, ଅଧ୍ୟାପକ ଶମ୍ଭୁନାଥ ଗିରି ଓ ଅଧ୍ୟାପକ ଗୌରାଙ୍ଗ ପଣ୍ଡା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଭାରତ ସ୍କାଉଟ୍ ଓ ଗାଇଡର ଜନକ ବୋଡ଼େନ ପାୱେଲଙ୍କର ଜୀବନ କାହାଣୀ ଆଲୋଚନା କରିବା ସହ ରୋଭର ଓ ରେଞ୍ଜର ସ୍ୱେଚ୍ଛାସେବୀ ମାନଙ୍କର କାର୍ଯ୍ୟାବଳୀ ସମ୍ପର୍କରେ ଆଲୋଚନା କରିଥିଲେ । ମାଷ୍ଟର ଟ୍ରେନର ଜସ୍ମିନ ଭୋଇ ସ୍ୱେଚ୍ଛାସେବୀ ମାନଙ୍କୁ ସେମାନଙ୍କର ଦାୟିତ୍ଵବୋଧ ସମ୍ପର୍କରେ ଅବଗତ କରାଇବା ସହ ସ୍କାଉଟ ଓ ଗାଇଡ ନିୟମାବଳୀ ସମ୍ପର୍କରେ ଆଲୋଚନା କରିଥିଲେ। ସ୍ୱେଚ୍ଛାସେବୀ ନେହା ରାଉତ, କାଜଲ ସିଂ, ଯଶମୟୀ ନାୟକ, ରିମା ଦାସ, ଗୌରାଙ୍ଗ ସାହୁ, ବିବେକ ପାକଲ, ତାପସ ନାୟକ ଓ ରଣଜିତ୍ ତପସ୍ୱୀ ପ୍ରମୁଖ ପରିଚାଳନା କରିଥିଲେ । ଶେଷରେ ସଞ୍ଜୟ କୁମାର ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।