କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟ ପକ୍ଷରୁ ଆନ୍ତର୍ଜାତିକ ସେବିକା ଦିବସ ପାଳିତ କେନ୍ଦୁଝର
,:କେନ୍ଦୁଝର ର ଅଗ୍ରଣୀସ୍ବେଚ୍ଛାସେବୀ ଅନୁଷ୍ଠାନ “କେନ୍ଦୁଝର ଡେଭଲମେଣ୍ଟ ଟ୍ରଷ୍ଟ ” ପକ୍ଷରୁ କେନ୍ଦୁଝର ଠାରେ ଆନ୍ତର୍ଜାତିକ ସେବିକା ଦିବସ ପାଳିତ ହୋଇଛି।
ଉକ୍ତ କାର୍ଯ୍ୟକ୍ରମକୁ ଟ୍ରଷ୍ଟ ସଂମ୍ପାଦକ ତଥା କେନ୍ଦୁଝର ସିଟିଜେନ ଫୋରମ ର ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ ଭକ୍ତ ବତ୍ସଳ ମହାନ୍ତି ଅଧ୍ୟକ୍ଷତା କରିଥିଲେ।ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡାକ୍ତର ଉପେନ୍ଦ୍ରନାଥ ବାରିକ୍ ଓ ଚକ୍ଷୁ ବିଶେଷଜ୍ଞ ଡାକ୍ତର ଶିବଚରଣ ବାଲ୍ଲା,ବରିଷ୍ଠ ସମାଜସେବୀ କର୍ଣ୍ଣାଟ କିଶୋର ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ନସିଂର ପ୍ରତିଷ୍ଠାତା ଫ୍ଲୋରେନ୍ସ ନାଇଟ ଆଞ୍ଜେଲ ଙ୍କ ଫୋଟ ଚିତ୍ରରେ ଅତିଥିମାନେ ପୁଷ୍ପମାଲ୍ୟ ପ୍ରଦାନ କରି ଦୀପ ପ୍ରଜ୍ଜଳନ କରିଥିଲେ। ବିଭିନ୍ନ ଚିକିତ୍ସାଳୟର ୩୫ଜଣ ସ୍ବାସ୍ଥ୍ୟସେବିକା ଓ ୧୫ଜଣ ସ୍ବାସ୍ଥ୍ୟ ସହାୟକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଆନ୍ତର୍ଜାତିକ ସେବିକା ଦିବସର ଲକ୍ଷ୍ୟ ଉଦେଶ୍ୟ ବିଷୟରେ ଆଲୋକପାତ କରିବା ସହ ନିଷ୍ଠାର ସହ କାର୍ଯ୍ୟକରିବାକୁ ଆହ୍ବାନ ଦେଇଥିଲେ। ଡାକ୍ତର ମାନଙ୍କ ସହ ସ୍ବାସ୍ଥ୍ୟସେବିକା ମାନେ ଚିକିତ୍ସାଳୟରେ ମର୍ଯ୍ୟାଦା ସହ ରୋଗୀ ମାନଙ୍କୁ ସେବା ଯୋଗାଇଥାନ୍ତି।ଭାରତରେ ଭଗ୍ନୀ ନିବେଦିତା ଜଣେ ବଡ ସେବିକାଥିଲେ।ଫ୍ଲୋରେସ୍ନ ନାଇଟ ଆଞ୍ଜେଲ ଙ୍କ ତ୍ୟାଗପୁତ କାହାଣୀ ବିଷୟରେ ମାର୍ଗଦର୍ଶନ କରାଯାଇଥିଲା।କେନ୍ଦୁଝର ଡେଭଲମେଣ୍ଟ ଟ୍ରଷ୍ଟ ପକ୍ଷରୁ ବରିଷ୍ଠ ସେବିକା ଶ୍ରୀମତୀ ଲାଲିମାରାଣୀ ଜେନା ଓ ଶ୍ରୀମତୀ ମମତା ପାତ୍ର ଙ୍କୁ ତାଙ୍କର ନିଷ୍ଠାପର ତ୍ୟାଗପୂତ ସେବାକାର୍ଯ୍ୟ ପାଇଁ ଉତ୍ତରୀୟ,ମାନପତ୍ର,ପୁଷ୍ପଗୁଚ୍ଛ ଅତିଥି ମାନଙ୍କ ଦ୍ବାରା ପ୍ରଦାନ କରାଯାଇଥିଲା।ଟ୍ରଷ୍ଟର କାର୍ଯ୍ୟକ୍ରମ ପରାମର୍ଶଦାତା ଡକ୍ଟର ବିମ୍ବାଧର ବେହେରା,ଅଧ୍ୟକ୍ଷା ଅଧିଵକ୍ତା ଜଗତଜିତା ଦାସ ପ୍ରତିବର୍ଷ ଦୁଇଜଣ ସ୍ବାସ୍ଥ୍ୟସେବିକା ଙ୍କ ସେବାକାର୍ଯ୍ୟ ପାଇଁ ଆନ୍ତର୍ଜାତିକ ସେବା ଦିବସ ରେ ସମ୍ବର୍ଦ୍ଧିତ କରାଯିବାକୁ ଘୋଷଣା କରିଥିଲେ।ଶେଷରେ ସ୍ବାସ୍ଥ୍ୟକର୍ମୀ ଙ୍କ ଦ୍ବାରା ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶ୍ରୀ ରଣଜିତ ପଣ୍ତା,ବରିଷ୍ଠକର୍ମୀ ଶ୍ରୀ ଚନ୍ଦନ ନାୟକ,ସ୍ବାସ୍ଥ୍ୟସେବିକା ସୁଶ୍ରୀ ମନ୍ଦାକିନୀ,ଜୟନ୍ତୀ,ଅନିତା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।