ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ପାଳିତ
କଳାହାଣ୍ଡି ୱର୍କିଂ ଜର୍ନାଲିଷ୍ଟ ସଂଘର ଆୟୋଜନ,
ସାମ୍ବାଦିକତାର ମୂଲ୍ୟବୋଧ ଉପରେ ଜୋର (କଳାହାଣ୍ଡି.ରମେଶ ଅଗ୍ରୱାଲ.:ନିପ୍ର)
ଭବାନୀପାଟଣା, କଳାହାଣ୍ଡି ଜିଲ୍ଲା ୱର୍କିଂ ଜର୍ନାଲିଷ୍ଟ ସଂଘ ପକ୍ଷରୁ ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ଉପଲକ୍ଷେ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ହୋଟେଲ୍ ଭାଗୀରଥୀ ଇନ୍ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ସାମ୍ବାଦିକମାନେ ଯୋଗଦେଇଥିଲେ।
କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିମାନେ ସାମ୍ବାଦିକତାକୁ ଗଣତନ୍ତ୍ରର ଚତୁର୍ଥ ସ୍ଥମ୍ଭ ବୋଲି ବର୍ଣ୍ଣନା କରିଥିବା ସହ ସମାଜରେ ସତ୍ୟ, ନ୍ୟାୟ ଓ ପାରଦର୍ଶିତା ରକ୍ଷାରେ ସାମ୍ବାଦିକଙ୍କ ଭୂମିକାକୁ ଅତ୍ୟନ୍ତ ଜରୁରୀ ବୋଲି କହିଥିଲେ। ନିଷ୍ପକ୍ଷ ଓ ଦାୟିତ୍ୱପୂର୍ଣ୍ଣ ସମ୍ବାଦ ପ୍ରଚାର ପାଇଁ ସେମାନେ ଆହ୍ୱାନ କରିଥିଲେ।
ଏହି ଅବସରରେ କିଛି ସାମ୍ବାଦିକଙ୍କୁ ସମ୍ମାନିତ କରାଯାଇଥିଲା। ସେପଟେ ସାମ୍ବାଦିକମାନଙ୍କ ସମସ୍ୟା, ସୁରକ୍ଷା ଓ ଭବିଷ୍ୟତ ଚାଲେଞ୍ଜ ଉପରେ ମଧ୍ୟ ଆଲୋଚନା ହୋଇଥିଲା।
କାର୍ଯ୍ୟକ୍ରମର ଶେଷରେ ସମସ୍ତେ ସତ୍ୟ ଓ ନିଷ୍ପକ୍ଷ ସାମ୍ବାଦିକତା ପାଇଁ ସଙ୍କଳ୍ପ ଗ୍ରହଣ କରିଥିଲେ।
