ମ୍ୟାଟ୍ରିକ ବୋର୍ଡ଼ ପରୀକ୍ଷାରେ ପରଜଙ୍ଗ ବ୍ଲକ ରେ A1 ଜଣେ
ରିପୋର୍ଟ ଗୋକୁଳାନନ୍ଦ ବେହେରା
ପରଜଙ୍ଗ 03/05( ନିପ୍ର)ସଦ୍ୟ ପ୍ରକାଶିତ ମାଟ୍ରିକ ବୋର୍ଡ଼ ପରୀକ୍ଷା ଫଳ ପ୍ରକାଶିତ ହୋଇଯାଇଛି। ରାଜ୍ୟ ରେ ୫ଲକ୍ଷ ୧୯ ହଜାର ୨୫୧ ପରୀକ୍ଷାର୍ଥୀ ପାସ କରିଥିଲା ବେଳେ A1 ରେ ୨୪୫୬ ଜଣ ପାସ କରିଛନ୍ତି।ଢେଙ୍କାନାଳ ଜିଲ୍ଲା ରେ ୨୬୭ ସ୍କୁଲ ର ୧୬ ହଜାର ୫୪୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ।ସେଥିମଧ୍ୟରୁ ୧୫ ହଜାର ୪୦୪ ଜଣ ଛାତ୍ର ଛାତ୍ରୀ ପାସ କରିଥିବା ବେଳେ ସେଥିମଧ୍ୟରୁ ୭୭ ଜଣ A1 ରେ ପାସ କରିଛନ୍ତି। ପରଜଙ୍ଗ ବ୍ଲକ ରୁ ମାତ୍ର ଜଣେ ଛାତ୍ରୀ A1 ରେ ପାସ କରିଥିବା ଖବର ମିଳିଛି। ପରଜଙ୍ଗ ବ୍ଲକ ସାଆନ୍ଦା ହାଇସ୍କୁଲ ର ଛାତ୍ରୀ ସୋନାଲି ଦାସ। ସେ ମୋଟ ୬୦୦ ନମ୍ବର ରୁ ୫୪୩ ନମ୍ବର ରଖି A1ରେ ଉତ୍ତୀର୍ଣ୍ଣ ହୋଇଛନ୍ତି।ସୋନାଲି ଙ୍କ ପିତା ସାରଙ୍ଗଧର ଦାସ ଜଣେ ବ୍ୟବସାୟୀ ଓ ମାତା ଜୟନ୍ତୀ ଦାସ ସାଆନ୍ଦା ପଞ୍ଚାୟତ ର ସରପଞ୍ଚ ଅଛନ୍ତି। ଏହି ଖବର ପ୍ରକାଶ ହେବା ପରେ ତାଙ୍କ ବାସଭବନ ରେ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଶୁଭେଚ୍ଛୁ ମାନେ ପହଞ୍ଚି ଶୁଭେଛା ଜଣାଇଛନ୍ତି। ପରିବାର ରେ ଖୁସିର ଲହରୀ ଖେଳିଯାଇଛି।
