ବରିଷ୍ଠ ନାଗରିକ ସଂଘ ବୈଠକରେ ବିଧାୟକଙ୍କ ଯୋଗଦାନ
(କଳାହାଣ୍ଡି.ରମେଶ ଅଗ୍ରୱାଲ.:ନିପ୍ର)
ଆମ ସଦର ମାନ୍ୟବର ବିଧାୟକ ଶ୍ରୀ ସାଗର ଚରଣ ଦାସ ବରିଷ୍ଠ ନାଗରିକ ସଂଘର ବୈଠକରେ ଯୋଗଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସଂଘର ସଭାପତି ଶ୍ରୀ ବିଜୟ କୁମାର ହୋତା ସଭାପତିତ୍ୱ କରିଥିଲେ।
ସଂଘର ସଂପାଦକ ଶ୍ରୀ ଗିରିଜା ଶଙ୍କର ବାବୁ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ମାନ୍ୟବର ବିଧାୟକ ସମସ୍ତ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ସେ ଏହା ମଧ୍ୟ କହିଥିଲେ ଯେ, ଆଜିର ଯୁବ ସମାଜକୁ ଠିକ୍ ପଥରେ ନେବାରେ ବରିଷ୍ଠ ନାଗରିକମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
କାର୍ଯ୍ୟକ୍ରମଟି ସୁଚାରୁ ଭାବେ ପରିଚାଳନା କରାଯାଇଥିଲା। ଯୁଗ୍ମ ସଂପାଦକ ପ୍ରସନ୍ନ ପଟ୍ଟନାୟକ, କୃଷ୍ଣ ମୋହନ ଯୋଶୀ, ନିରଞ୍ଜନ ପଟ୍ଟନାୟକ, ଏ. ଆପା ରାଓ ଓ ବିନୋଦ ମିଶ୍ର ଉପସ୍ଥିତ ରହି ସଭାକୁ ସହଯୋଗ କରିଥିଲେ।
ପରିଶେଷରେ ଉପସଭାପତି ମଳୟ କୁମାର ମୁଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ।
