ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ -୨୦୨୬ ପରୀକ୍ଷା ଫଳାଫଳ ପ୍ରକାଶିତ
==============
କେନ୍ଦ୍ରାପଡ଼ା, ତା. ୦୨.୦୫.୨୦୨୬ : ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ୨୦୨୬ ପରୀକ୍ଷାର ଫଳଫଳ ଆଜି ପ୍ରକାଶ ପାଇଛି। ଏହି ପରୀକ୍ଷାରେ ଜିଲ୍ଲାର ୩୪୭ଟି ବିଦ୍ୟାଳୟରୁ ମୋଟ ୧୮,୨୦୩ ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି |
ଏଥିରେ ଛାତ୍ର ୮,୯୮୦ ଓ ଛାତ୍ରୀ ୯,୨୨୩ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି।
ଜିଲ୍ଲାରେ —
A1 – ୫୩ ଜଣ , A2 – ୪୭୭, B1 – ୧୪୨୯, B2 – ୨୯୨୮,
C – ୪୩୭୪, D – ୫୨୨୦, E – ୩୭୨୨ ଏବଂ ଏଫ ଗ୍ରେଡ଼ରେ – ୭୬୫ ଜଣ ରହିଛନ୍ତି ।
ଜିଲ୍ଲାରେ ୧୦୦% ଫଳାଫଳ ଅର୍ଜନ କରିଥିବା ବିଦ୍ୟାଳୟ ସଂଖ୍ୟା ୧୧୬ ରହିଛି।
ପାସ୍ ହାର ଦୃଷ୍ଟିରୁ ଗଜପତି ଜିଲ୍ଲା ୯୯.୩୧% ସହ ସର୍ବାଧିକ ରହିଥିବାବେଳେ କେନ୍ଦୁଝର ଜିଲ୍ଲା ୯୪.୩୫% ସହ ସର୍ବନିମ୍ନ ଅଟେ।
A1 ଗ୍ରେଡ୍ରେ ବାଲେଶ୍ୱର ଜିଲ୍ଲା ସର୍ବାଧିକ ୩୦୫ ଜଣ ଓ ରାୟଗଡ଼ା ଜିଲ୍ଲାରେ ସର୍ବନିମ୍ନ ୬ ଜଣ ଅଛନ୍ତି। ସେହିପରି F ଗ୍ରେଡ୍ରେ କେନ୍ଦୁଝର ଜିଲ୍ଲାରେ ସର୍ବାଧିକ ୧୩୭୯ ଜଣ ଓ ଗଜପତି ଜିଲ୍ଲାରେ ସର୍ବନିମ୍ନ ୫୫ ଜଣ ରହିଛନ୍ତି।
କେନ୍ଦ୍ରାପଡ଼ା ଜିଲ୍ଲାର ଖରିନାସି ହାଇସ୍କୁଲର ଛାତ୍ର ଦେବଦର୍ଶୀ ମଣ୍ଡଳ ସର୍ବାଧିକ ୫୭୧ ମାର୍କ ଅର୍ଜନ କରି ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।
