- ତୀର୍ଥ ରେ ଯାଉଥିବା ଖାଦ୍ୟ ଖାଇ ୨୦ ଗୁରୁତର। ସ୍ଥାନୀୟ ମେଡିକାଲରେ ଭର୍ତ୍ତି।
ସୋର : ବେଙ୍ଗଲୁରରୁ ଏକ ବସ ଯୋଗୁ ତୀର୍ଥରେ ବାହାରିଥିବା ୫୦ ଜଣ ଯାତ୍ରୀଙ୍କ ମଧ୍ୟରୁ ୨୦ ଜଣ ବିଷାକ୍ତ ଖାଦ୍ୟ ସୋର ନିକଟରେ ଖାଇ ଅସୁସ୍ଥ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ କର୍ଣ୍ଣାଟକର ବେଙ୍ଗାଲୁର ସହରରୁ ୫୦ ଜଣ ଯାତ୍ରୀ ଏକ ବସରେ ଗତ ୨୬ ତାରିଖରେ ବିଭିନ୍ନ ତୀର୍ଥ ସ୍ଥାନ ପରିଭ୍ରମଣ ପାଇଁ ବାହାରିଥିଲେ। ୨୫ ଦିନର ଏହି ଟୁର ରେ ଗୟାରୁ ପୁରୀ ଅଭିମୁଖେ ଯାଉଥିବା ବେଳେ ସୋର ନିକଟରେ ଗତକାଲି ରାତିରେ ଭାତ,ତରକାରୀ ଓ ସାମ୍ବର ରୋଷେଇ କରାଯାଇଥିଲା। ଖାଇବାର କିଛି ସମୟ ପରେ ୨୦ରୁ ଉର୍ଦ୍ବ ଲୋକ ଅସୁସ୍ଥତା ଅନୁଭବ କରିବା ସହିତ ଝାଡା ବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ପରେ ସମସ୍ତଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ସମସ୍ତଙ୍କର ଚିକିତ୍ସା ଚାଲିଛି। ସମସ୍ତଙ୍କ ସ୍ଵାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣା ପଡିଛି।
