ଝୁଲୁଥିବା ସମୟରେ ଇଟା ଭାଟିରୁ ୨ ମାସର ଶିଶୁପୁତ୍ର ଚୋରି
ସୋର,(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର): ଇଟାଭାଟିରେ କାମ କରୁଥିବା ଜଣେ ଶ୍ରମିକଙ୍କ ଦୁଇମାସର ଶିଶୁପୁତ୍ର ଚୋରି ହୋଇଥିବା ଜଣାପଡିଛି। ସୋର ଥାନା ଚମ୍ପୁ ଛକ ନିକଟରେ ଥିବା ଏକ ସିମେଣ୍ଟ ଇଟାଭାଟିରେ ବାଲେଶ୍ୱର ଅଂଚଳର ଜଣେ ମହିଳା ଶ୍ରମିକ ଭାବେ କାମ କରନ୍ତି। ଆଜି ମଧ୍ୟହ୍ନରେ ତାଙ୍କ ଦୁଇ ମାସର ଶିଶୁପୁତ୍ରକୁ ଝୁଲଣାରେ ଶୁଆଇ କାମ କରିବାକୁ ଯାଇଥିବା ବେଳେ ସେଠାରୁ ଫେରି ଶିଶୁ ପୁତ୍ରକୁ ନପାଇ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ଶିଶୁପୁତ୍ରର କୌଣସି ସନ୍ଧାନ ନପାଇ ସୋର ଥାନାରେ ଅଭିଯୋଗ କରିବା ପରେ ସୋର ଥାନାଧିକାରୀ ମୁକୁନ୍ଦ ମୁରାରୀ ପାତ୍ର ତୁରନ୍ତ ଏକ ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିବା ଜଣାପଡ଼ିଛି।
