_*କଳାପାଣି ଗାଁ ରେ ନଳକୂପରୁ ନାଲି ରଙ୍ଗର ପାନୀୟ ଜଳ*_
ମୟୂରଭଞ୍ଜ (ଭଞ୍ଜଦୂତ ଖବର) ନି.ପ୍ର : ଖୁଣ୍ଟା ବ୍ଲକ ଅଧିନସ୍ଥ ଭଳା ଗଡିଆ ଗ୍ରାମ ପଞ୍ଚାୟତର କଳାପାଣି ଗ୍ରାମର ଗ୍ରାମବାସୀମାନେ BDOଙ୍କୁ ପାନୀୟ ଜଳର ସମସ୍ୟା ବାବଦରେ ଏକ ଲିଖିତ ଆକାରରେ ଅଭିଯୋଗ ପତ୍ର ପ୍ରଦାନ କଲେ ଏବଂ ବିଡ଼ିଓ ତୁରନ୍ତ ଏହାର ସମାଧାନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ଉକ୍ତ ଗ୍ରାମର ୨୪ ପରିବାର ସ୍ଥାୟୀ ବାସିନ୍ଦା ଭାବେ ବସବାସ କରନ୍ତି । ଗ୍ରାମରେ ସଠିକ୍ ନଳକୂପର ଅଭାବ ରହିଛି ଯେଉଁ ନଳକୂପ ଅଛି ତାହା ଅଚଳ ଅବସ୍ଥାରେ ପଡ଼ି ରହିଛି।
ନଳକୂପଗୁଡ଼ିକରେ ଆବଶ୍ୟକ ମୁତାବକ ପାନୀୟ ଜଳ ବାହାରୁ ନାହିଁ। ସେଥି ପାଇଁ ଗ୍ରାମବାସୀ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ଯେ ପାନୀୟ ଜଳ ଉପଯୁକ୍ତ ପରିମାଣରେ ନ ଥିବାରୁ ଲୋକମାନେ ନଦୀରୁ ଚୁଆ କରି ପାଣି ଆଣି ବ୍ୟବହାର କରୁଛନ୍ତି। ଗାଁରେ ପ୍ରାୟ ୧୨୦ ଜଣ ଲୋକ ବସବାସ କରୁଥିବା ବେଳେ କେବଳ ଗୋଟିଏ ନଳକୂପ ଅଛି ଓ ସେହି ନଳ କୂପରୁ ନାଲି ରଙ୍ଗର ପାଣି ବାହାରୁଛି। ଏକ ନୂତନ ନଳକୂପ ସ୍ଥାପନ କରିବାକୁ ଗ୍ରାମବାସୀଙ୍କ ଦାବି ରହିଛି।
