ଢେଙ୍କାନାଳ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ୬ ଦଫା ଦାବୀ ନେଇ ବିକ୍ଷୋଭ
ଢେଙ୍କାନାଳ –
ଢେଙ୍କାନାଳ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ୬ ଦଫା ଦାବୀ ନେଇ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଛି l ଜିଲ୍ଲା ସାମ୍ବାଦିକ ସଂଘ ର ସଂପାଦକ ପ୍ରତାପ କୁମାର ବରାଳ ଙ୍କ ନେତୃତ୍ୱ ରେ ୮ ଗୋଟି ବ୍ଲକ ର ଶତାଧିକ ସାମ୍ବାଦିକ ଏହି ବିକ୍ଷୋଭ ରେ ସାମିଲ ହୋଇଥିଲେ l ଉତ୍କଳ ସାମ୍ବାଦିକ ସଂଘ, ଓଡିଶା ପକ୍ଷରୁ ରାଜ୍ୟ ବ୍ୟାପି ବିକ୍ଷୋଭ ଜାରି ରହିଛି l ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, ପେନସନ ପ୍ରଦାନ, ପ୍ରେସ ଏକାଡେମୀ ଗଠନ, ସାମ୍ବାଦିକ ଙ୍କ ଅନୁକମ୍ପା ରାଶି ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି ଭଳି ଦାବୀ କରାଯାଇଛି l ଏନେଇ ୧ ଘଣ୍ଟା ଧରି ଶାନ୍ତିପୂର୍ଣ ଭାବେ ବିକ୍ଷୋଭ କରାଯିବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଢେଙ୍କାନାଳ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି l ସରକାର ତୁରନ୍ତ ଏହାର ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ମେ ୧ ତାରିଖ ଦିନ ସାମ୍ବାଦିକ ଭାଇ ଓ ଭଉଣୀ ମାନେ କଳା ବ୍ୟାଚ ପରିଧାନ କରିବେ ବୋଲି ସଂଘ ନିଷ୍ପତି ନେଇଛି
(ଧର୍ମାନନ୍ଦ ସେଠି ଙ୍କ ରିପୋର୍ଟ )
