ଅଜଣା ବୃଦ୍ଧା ମହିଳାଙ୍କ ଶବ ସତ୍କାର କଲେ ଆଦର୍ଶ ଯୁବ ପରିଷଦ।
ସୋର :
ତ ୭ ତାରିଖରେ ସୋର ଥାନା ଅନନ୍ତପୁର ଅଞ୍ଚଳରୁ ଜଣେ ବୃଦ୍ଧା ମହିଳାଙ୍କ ମୃତ ଦେହ ପଡ଼ିଥିବାର ଖବର ସ୍ଥାନୀୟ ଲୋକେ ସୋର ପୋଲିସକୁ ଦେଇଥିଲେ। ପୋଲିସ ଘଟଣା ସ୍ଥଳକୁ ଯାଇ ଉକ୍ତ ବୃଦ୍ଧା ମହିଳାଙ୍କ ମୃତ ଦେହକୁ ଉଦ୍ଧାର କରି ସୋର ହସ୍ପିଟାଲକୁ ଆଣିଥିଲା ମାତ୍ର ଉକ୍ତ ଶବର କେହି ଲୋକ ନ ଆସିବାରୁ ପୋଲିସ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯାଇଥିଲା । ଶବ ବ୍ୟବଚ୍ଛେଦ ପରେ ବି ମଧ୍ୟ ଶବକୁ ନେବା ପାଇଁ କେହି ନ ଆସିବାରୁ ଶବ ସଂରକ୍ଷିତ ଶୀତଳ ଭଣ୍ଡାରରେ ଶବକୁ ରଖାଯାଇଥିଲା। ନିୟମ ଅନୁସାରେ କେହି ଦାବିଦାର ନ ଆସିବାରୁ ସୋର ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଭାରପ୍ରାପ୍ତ ତହସିଲଦାର ଦୈତାରୀ ମଲ୍ଲିକ, ସୋର ଆଇଆଇସି ସୁଦୀପ୍ତ କୁମାର ସାହୁଙ୍କ ଉପସ୍ଥିତିରେ ଆଜି ଉକ୍ତ ଅଜଣା ବୃଦ୍ଧା ମହିଳାଙ୍କ ଶବକୁ ସୋରର ଅଗ୍ରଣୀ ସାମାଜିକ ସ୍ବେଛାସେବୀ ସେବା ସଂଗଠନ ଆଦର୍ଶ ଯୁବ ପରିଷଦ ଦ୍ୱାରା ସୋର ସ୍ୱର୍ଗଦ୍ୱାର ନିକଟକୁ ନେଇ ପୋତା ଯାଇଥିଲା। ଏ ନେଇ ସୋର ଥାନାରେ ପୋଲିସ କେଶ ନଂ ୫୭/୨୫ ମୂଳେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ସବୁଠାରୁ ଉଲ୍ଲେଖନୀୟ ଘଟଣା ଏହି ଶବ ସତ୍କାର କାର୍ଯ୍ୟକ୍ରମରେ ଆଦର୍ଶ ଯୁବ ପରିଷଦ ତରଫରୁ ସଦସ୍ୟ ମାନଙ୍କ ସହ ମିଶି ନିଜେ ସୋର ଥାନାଧିକାରୀ ସୁଦୀପ୍ତ ସାହୁ , ଏସଆଇ ସୁଦର୍ଶନ ପ୍ରଧାନ ଜେସିବି ମେସିନ ଆସିବା ପୂର୍ବରୁ ଗାତ ଖୋଲିବା ସହ ଅନ୍ୟାନ୍ୟ କାର୍ଯ୍ୟରେ ସହଯୋଗ କରିଥିଲେ। ସୋର ପୌରପାଳିକାର ୯ ନଂ ୱାର୍ଡ ପାରିଷଦ ରଞ୍ଜନ ଦାସ ମଧ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ।
