୧୦ ଦିବସୀୟ ଛତୁଚାଷ ପ୍ରଶିକ୍ଷଣ ଶିବିର
ବାରିପଦା, : ଯୁବ ଓ ମହିଳା ଚାଷୀମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ୧୦ ଦିବସୀୟ ଛତୁଚାଷ ପ୍ରଶିକ୍ଷଣ ଶିବିର ବ୍ୟାଙ୍କ ଅଫ ଇଣ୍ଡିଆ ଆର.ସେ.ଟି. ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି | ଆର.ସି.ଟି.ର ନିର୍ଦ୍ଦେଶକ ଶରତ କୁମାର ମିଶ୍ରଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତଅନୁଷ୍ଠିତ ଉକ୍ତ ଶିବିରରେ ବରିଷ୍ଠ ପ୍ରଶିକ୍ଷକ ଶିଶିର କୁମାର ମହାନ୍ତ ଛତୁଚାଷର ବିଭିନ୍ନ ଦିଗ, କୌଶଳ, ରୋଗପୋକ ପରିଚାଳନା, ପାଗ ଅନୁସାରେ ଛତୁ ବ୍ୟାଡ ପକାଇବାର କୌଶଳ, ଏହାର ପରବର୍ତ୍ତି ଯତ୍ନ, ଛତୁର ବିଭିନ୍ନ ପ୍ରକାରର ଔଷଧିୟ ଗୁଣ, ଛତୁରେ ଥିବା ଭିଟାମିନ ମିନେରାଳ, ଗୁଣାତ୍ମକ ଉତ୍ପାଦ ପ୍ରସ୍ତୁତି, ଗୁଣ୍ଡ ନଡାରେ ପାଳଛତୁ ଚାଷ, ଛତୁଚାଷ ଆବର୍ଜନାରୁ ଜିଆଖତ ତିଆରି, ବ୍ୟାଙ୍କର ସହାୟତା ତଥା ସରକାରୀ ଯୋଜନା ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା | ଶେଷଦିନ ସମସ୍ତ ପ୍ରଶିକ୍ଷାର୍ଥୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା |
